୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ତାତିର ପ୍ରକୋପ ବଢ଼ୁଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଶନିବାର ରାଜ୍ୟର ୧୫ ସହରରେ ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ସୂଚନାନୁଯାୟୀ ସୋନପୁରରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ, ବଲାଙ୍ଗୀର ୪୩, ଅନୁଗୋଳ ୪୨.୭, ତାଳଚେର ୪୦.୪, ଭବାନୀପାଟଣା ୪୧.୨, ଫୁଲବାଣୀ ୩୯.୦, ଟିଟିଲାଗଡ଼ ୪୧.୫, ନୟାଗଡ଼ ୪୦.୦, ବୌଦ୍ଧ ୪୨.୫, ପାରଳାଖେମୁଣ୍ଡି ୪୧.୫, ଚାନ୍ଦବାଲି ୩୯, କଟକ ୩୮, ଭୁବନେଶ୍ୱର ୩୮.୧, ବାରିପଦା ୪୧.୮, ଝାରସୁଗୁଡ଼ା ୪୨.୬, କେନ୍ଦୁଝର ୪୦.୧, ସୁନ୍ଦରଗଡ଼ ୪୨.୫, ହୀରାକୁଦ ୪୦.୩, ଭଦ୍ରକ ୩୯.୫ ଏବଂ ଯାଜପୁର ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂଭରଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ।