୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଶାନ୍ତି ପାଇଁ ଜଳ’ଶୀର୍ଷକ ବିଷୟବସ୍ତୁ ଆଧାରରେ କମ୍ପାନୀ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର କାର୍ଯ୍ୟ ପାଇଁ ୧୫ ବିଲିୟନ ଲିଟରରୁ ଅଧିକ ଜଳର ପୁନଃ ବ୍ୟବହାର କରିଥିବା ବେଳେ ଏହା ପ୍ରାୟ ୬,୦୦୦ ଅଲିମ୍ପିକ୍‌ ଆକାରର ସୁଇମିଂ ପୁଲ୍‌ ସହ ସମାନ ହେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏହା ସହ କମ୍ପାନୀ ୬୦ରୁ ଅଧିକ ଜଳାଶୟର ପୁନଃ କାର୍ଯ୍ୟକ୍ଷମ କରିଛି। ବିଶେଷକରି କମ୍ପାନୀର ଛତିଶଗଡ଼ ୟୁନିଟ୍‌ କୋର୍ବାଠାରେ ୪୭ଟି ଜଳାଶୟ ସମେତ ଓଡ଼ିଶାର ଝାରସୁଗୁଡ଼ାରେ ୧୦ଟି ଏବଂ ଲାଞ୍ଜିଗଡ଼ରେ ୩ଟି ଜଳାଶୟର ସ୍ଥାୟୀ ବ୍ୟବସ୍ଥା ପାଇଁ ମଧ୍ୟ କମ୍ପାନୀ ଆବଶ୍ୟକ ପଦକ୍ଷେପ ନେଇଛି। ଏହା ବ୍ୟତୀତ ୨୦୩୦ ସୁଦ୍ଧା ନିଟ୍‌ ୱାଟର ପଜିଟିଭ ହେବା ଦିଗରେ କମ୍ପାନୀ ମଧ୍ୟ ମଧୁରଜଳ ଉତ୍ସକୁ ୧୧% କମାଇବାରେ ସକ୍ଷମ ହୋଇଛି। ସେହିଭଳି କମ୍ପାନୀର ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର ଲାଞିଗଡ଼ଠାରେ ଚାଲିଥିବା ତିନୋଟି ପ୍ରମୁଖ ଜଳ ପରିଚାଳନା ପଦକ୍ଷେପକୁ ଓଡ଼ିଶାର ସୁନ୍ଦରଗଡ଼ସ୍ଥିତ ଜାମକାନି ଖଣି କାର୍ଯ୍ୟରେ ଏବଂ ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ଛତିଶଗଡ଼ର କୋର୍ବାସ୍ଥିତ ବାଲ୍‌କୋଠାରେ ଉନ୍ମୋଚନ କରିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆମେ ଏକ ସ୍ଥାୟୀ ଭବିଷ୍ୟତ ଲାଗି ଜଳଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ବିଶେଷ ଧ୍ୟାନ ଦେଉଛୁ। ଏଥିପାଇଁ ଆମେ ୨୦୩୦ସୁଦ୍ଧା ନିଟ୍‌ ଜଳ ସକାରତ୍ମକତା ହାସଲ କରିବା ଲାଗି ଏକ ନିରନ୍ତର ପ୍ରୟାସ ଜାରି ରଖିଛୁ। ଜଳ ସଂରକ୍ଷଣ ତଥା ଆମର ବିଦ୍ୟମାନ ପୋଷଣ ଆବଶ୍ୟକତା ଉପରେ ଅଧିକ ସଚେତନତା ବିସ୍ତାର କରି ଜଳ ସୁରକ୍ଷା କାର୍ଯ୍ୟ ପ୍ରତି ଆମେ ସଚେତନ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri