ଆଜି ରାଜ୍ୟରୁ ୧୪୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କମୁନି

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୬୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨୮୩ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧ ଏବଂ ଝାରସୁଗୁଡ଼ାରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୭୧, ବାଲେଶ୍ୱର ୫୦, ବରଗଡ଼ ୨୨, ଭଦ୍ରକ ୧୯, ବଲାଙ୍ଗୀର ୨୨, ବୌଦ୍ଧ ୩୨, କଟକ ୬୯, ଦେବଗଡ଼ ୬୨, ଢେଙ୍କାନାଳ ୨୭, ଗଜପତି ୪୫, ଗଞ୍ଜାମ ୮, ଜଗତସିଂହପୁର ୨୪, ଯାଜପୁର ୬୪, କଳାହାଣ୍ଡି ୩୮, କନ୍ଧମାଳ ୩୧, କେନ୍ଦ୍ରାପଡ଼ା ୧୬, କେନ୍ଦୁଝର ୪୨, କୋରାପୁଟ ୬୬, ମାଲକାନଗିରି ୭, ମୟୂରଭଞ୍ଜ ୩୫, ନବରଙ୍ଗପୁର ୩୪, ନୟାଗଡ଼ ୫୬, ନୂଆପଡ଼ା ୨୩, ପୁରୀ ୩୭, ରାୟଗଡ଼ା ୫୨, ସମ୍ବଲପୁରରୁ ୫୯ ଏବଂ ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ବେଳେ ୧୨,୩୭,୯୭୬ ଜଣ ସୁସ୍ଥ ହୋଇଛନ୍ତି। ୨୧,୫୨୫ ଜଣ ଚିକିିତ୍ସିତ ହେଉଛନ୍ତି।