ଆଜି ରାଜ୍ୟରେ ୧୪୯୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୧୪୯୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୬୨୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୨ ଏବଂ ବାଲେଶ୍ୱରରୁ ୧୦୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୮୩, ବରଗଡ଼ ୫୪, ଭଦ୍ରକ ୧୯, ବଲାଙ୍ଗୀର ୭୯, ବୌଦ୍ଧ ୧୬, ଦେବଗଡ଼ ୧୫, ଢେଙ୍କାନାଳ ୨୮, ଗଜପତି ୬, ଗଞ୍ଜାମ ୨୬, ଜଗତସିଂହପୁର ୬୦, ଯାଜପୁର ୩୭, ଝାରସୁଗୁଡ଼ା ୩୮, କଳାହାଣ୍ଡି ୩୫, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୫୬, କେନ୍ଦୁଝର ୬୯, କୋରାପୁଟ ୨୧, ମାଲକାନଗିରି ୧୮, ମୟୂରଭଞ୍ଜ ୯୩, ନବରଙ୍ଗପୁର ୩୨, ନୟାଗଡ଼ ୩୪, ନୂଆପଡ଼ା ୫୫, ପୁରୀ ୬୩, ରାୟଗଡ଼ା ୧୧, ସମ୍ବଲପୁର ୩୯ ଏବଂ, ସୋନପୁର ୧୨ ଏବଂ ସୁନ୍ଦରଗଡ଼ରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ରେ ପହଞ୍ଚିଥିବା ବେଳେ ୨,୮୩,୫୩୩ ଜଣ ସୁସ୍ଥ ହୋଇଛନ୍ତି। ୧୩,୭୮୯ ଜଣ ଚିକିତ୍ସିତ ହେଉଛନ୍ତି। ୧୩୯୩ ଜଣଙ୍କ ମୃତ୍ୟୁ ଘଟିଛି।