ରାଜଧାନୀରେ କରୋନା ବେଲଗାମ: ଆଜି ଚିହ୍ନଟ ହେଲେ ଆଉ ୧୪୯ ଆକ୍ରାନ୍ତ; କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୪।୮(ବ୍ୟୁରୋ): କଟକଣା ସତ୍ତ୍ୱେ ରାଜଧାନୀରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଭୁବନେଶ୍ୱରରେ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୧୭କୁ ବୃଦ୍ଧି ପାଇଛି। ସେଥିରୁ ୧୯୪୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୫୪ ଆକ୍ଟିଭ୍‌ କେସ୍‌ ରହିଛି। ୧୮ଜଣଙ୍କ ମୃତ୍ୟୁ ଘଟିଛି। ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୮ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୫୧ ଲୋକାଲ କେସ୍‌ ରହିଛି। ସେହିଭଳି ୧୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।