Categories: ରାଜ୍ୟ

CORONAVIRUS UPDATE: ରାଜ୍ୟରେ ପୁଣି ୧୪୭୦ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଲା

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୪୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୩ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୧୭ ଲୋକାଲ କେସ୍‌ ରହିଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୭୬, ବାଲେଶ୍ୱରରୁ ୫୬, ବରଗଡ଼ ରୁ ୬୧, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୬୩, ବୌଦ୍ଧରୁ ୧୭, କଟକରୁ ୧୨୬, ଦେଓଗଡ଼ରୁ ୫, ଢେଙ୍କାନାଳରୁ ୧୭, ଗଜପତିରୁ ୮, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୭୬, ଯାଜପୁରରୁ ୪୨, ଝାରସୁଗୁଡ଼ା ୩୯, କଳାହାଣ୍ଡି ୩୧, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୧, ଖୋର୍ଦ୍ଧା ୧୭୦, କୋରାପୁଟ ୨୪, ମାଲକାନଗିରି ୨୫, ମୟୂରଭଞ୍ଜ ୫୦, ନବରଙ୍ଗପୁର ୩୪, ନୂଆପଡ଼ା ୬୧, ନୟାଗଡ଼ ୩୧, ପୁରୀ ୬୪, ରାୟଗଡା ୧୩, ସମ୍ବଲପୁର ୩୪, ସୋନପୁର ୨୭, ସୁନ୍ଦରଗଡ଼ ୧୧୨, ଷ୍ଟେଟ ପୋଲରୁ ୩୦ଜଣ ରହିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୯୦୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୯୦୫ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୭୩୮୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।