୯ ଲିଜ୍‌ଧାରୀଙ୍କୁ ୧୪୭ କୋଟି ୩୭ ଲକ୍ଷ ଟଙ୍କା ଜରିମାନା

ଧର୍ମଶାଳା,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ୯ ଜଣ ଲିଜ୍‌ଧାରୀଙ୍କୁ ଅଧିକ କଳାପଥର ଉତ୍ତୋଳନ ପାଇଁ ୧୪୭ କୋଟି ୩୭ ଲକ୍ଷ ୧ ହଜାର ୫୦୨ଟଙ୍କା ଜରିମାନା କରାଯାଇଛି। ସୋମବାର ତହସିଲଦାରଙ୍କ ସ୍ବାକ୍ଷରରେ ଏହି ନୋଟିସ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ଧର୍ମଶାଳା ତହସିଲ ଅଧୀନ ଲିଜ୍‌ଧାରୀ ଜ୍ୟୋତ୍ସ୍ନା ଜେନାଙ୍କ ଖାଦାନକୁ ୭୯କୋଟି ୪୬ ଲକ୍ଷ ୧ ହଜାର ୨୨୬ ଟଙ୍କା, ଅଜିତ ସାହୁଙ୍କ ଖାଦାନକୁ ୪ କୋଟି ୪୩ ଲକ୍ଷ ୭୨ ହଜାର ୨୭୯ଟଙ୍କା, ଗଙ୍ଗାଧର ଓଝାଙ୍କ ଖାଦାନକୁ ୧୯ କୋଟି ୧୫ ଲକ୍ଷ ୧୩ହଜାର ୪୪୬ଟଙ୍କା, ରଙ୍ଗାଧର ପ୍ରଧାନଙ୍କ ଖାଦାନକୁ ୧୬ କୋଟି ୬୮ ଲକ୍ଷ ୬୮ହଜାର ୯୬୪ ଟଙ୍କା, କୃଷ୍ଣଚନ୍ଦ୍ର ସାହୁଙ୍କ ଖାଦାନକୁ ୧୩ କୋଟି ୩୧ ଲକ୍ଷ ୩୧ହଜାର ୬୭୦, ସୁଧାଂଶୁ ଜେନାଙ୍କ ଖାଦାନକୁ ୭ କୋଟି ୫୨ ଲକ୍ଷ ୫ହଜାର ୧୪୦ଟଙ୍କା, ବିଶ୍ୱରଞ୍ଜନ ପରିଡ଼ାଙ୍କ ଖାଦାନକୁ ୯ କୋଟି ୫୫ ଲକ୍ଷ ୮୮ହଜାର ୪୪ ଟଙ୍କା, ଶ୍ରୀନିବାସ ଜେନାଙ୍କ ଗୋଟିଏ ଖାଦାନକୁ ୩ କୋଟି ୩୭ ଲକ୍ଷ ୮୦ ହଜାର ୧୩୦ ଟଙ୍କା ଓ ଅନ୍ୟ ଏକ ଖାଦାନକୁ ୫ କୋଟି ୮୬ ଲକ୍ଷ ୪୨ ହଜାର ୪୧୯ ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କାଙ୍କ ଖାଦାନକୁ ୪ କୋଟି ୬୮ ଲକ୍ଷ ୬୭ ହଜାର ୩୪୮ ଟଙ୍କା ଜରିମାନା ହୋଇଛି ବୋଲି ତହସିଲଦାର ସ୍ବାଗତ ଦାସ କହିଛନ୍ତି। ଉପରୋକ୍ତ ଖାଦାନଗୁଡିକରେ ଆବଶ୍ୟକତାଠାରୁ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ପରେ ଗତ ସେପ୍ଟେମ୍ବରରେ ଡ୍ରୋନ କ୍ୟାମେରା ସହାୟତାରେ ମାପଚୁପ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଅଧିକ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କ ଖାଦାନକୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri