ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ, ରାଜ୍ୟରେ ଜଣେ ଶିକ୍ଷକରେ ୧୪୫୮ ସ୍କୁଲ ଚାଲିଛି।

ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି । ପୂର୍ବ ବର୍ଷ ତୁଳନାରେ ୨୦୨୫-୨୬ ତାଲିକାରେ ୩୬୯ ସ୍କୁଲ ଯୋଡ଼ି ହୋଇଛି । ଅର୍ଥାତ୍‌ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ବର୍ଷକରେ ୩୪% ବୃଦ୍ଧି ପାଇଛି।

ଏପରକି ପାଠ ପଢ଼ା ସହ ଜଣେ ଜନଗଣନା, ନିର୍ବାଚନ ଏବଂ ବିପର୍ଯ୍ୟୟ ମୁକାବିଲା ମଧ୍ୟ କରୁଛନ୍ତି। ତେଣୁ ଜଣେ ଶିକ୍ଷକରେ କିପରି ଶିକ୍ଷାଦାନ ଚାଲିଛି ତାକୁ ନେଇ ଉଦ୍ବେଗ ସୃଷ୍ଟି ହୋଇଛି।