ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ-ପୁରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୬୦୫ ଲୋକାଲ କେସ୍‌। ୧୪୩୭ ଟି ନୂଆ କେସ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୬ ହଜାର ୮୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୮୫୮ ଜଣ ଚିକିତ୍ସାଧୀନ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୦୯ ଜଣ ଥିବା ବେଳେ କଟକରୁ ୧୯୦, ପୁରୀରୁ ୧୪୬, ଅନୁଗୋଳରୁ ୪୭, ବାଲେଶ୍ୱରରୁ ୬୪, ବରଗ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୧, ଗଜପତିରୁ ୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୮୬, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୯, କୋରାପୁଟରୁ ୫, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୬, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୬, ସୋନପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୨୯ ଜଣ ଅଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।