ମାଟି ତଳୁ ମିଳିଲା ୧୪୦୦ ଗ୍ରାମ୍‌ ଚୋରି ସୁନା

ଗୁଣପୁର,୪।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର କନ୍ୟକା ପରମେଶ୍ୱର ମନ୍ଦିର ସମ୍ମୁଖ ଏସ୍‌ଏସ୍‌ ଜୁଏଲେରି ଦୋକନା ମାଲିକ ଏସ୍‌.ବାବା ପ୍ରସାଦଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗୁଣପୁର ପୋଲିସ ଗଞ୍ଜାମ ଜିଲା ଆସ୍କାରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଯାଜପୁରର ଅର୍ଜୁନ ପ୍ରଧାନ ଏବଂ ଭଞ୍ଜନଗରର ତରୁଣ ଦାସ। ପୋଲିସ ସେମାନଙ୍କଠାରୁ ଚୋରି ହାଇଥିବା ୧୪୦୦ ଗ୍ରାମ୍‌ ସୁନା ସହ ଲୁଟ୍‌ରେ ବ୍ୟବହାର କରିଥିବା ବାଇକ ଜବତ କରିଥିବା ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗତ ୨୬ ତାରିଖରେ ଏସ୍‌. ବାବା ପ୍ରସାଦ ଦୋକାନ ଖୋଲିବାକୁ ଆସିଥିଲେ। ଗାଡ଼ିରେ ଏକ ବ୍ୟାଗ୍‌ରେ ୩କେଜି ସୁନା ସହ ୨ଲକ୍ଷ ଟଙ୍କା ରଖି ଦୋକାନ ଖୋଲିବାବେଳେ ଅଭିଯୁକ୍ତମାନେ ବ୍ୟାଗ୍‌ ନେଇ ପଳାଇଥିଲେ। ଉକ୍ତ ଘଟଣା ସିସି ଟିଭିରେ କଏଦ ହୋଇଥିଲା। ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ୩ଟି ଟିମ୍‌ ଜୟପୁର, ଆନ୍ଧ୍ରର ପାଲାସା ଏବଂ ଗଞ୍ଜାମରେ ତଦନ୍ତ କରିଥିଲା। ଲୁଟ୍‌ ଅଳଙ୍କାରକୁ ଅଭିଯୁକ୍ତମାନେ ଆସ୍କାର ଏକ ଅଞ୍ଚଳରେ ମାଟି ତଳେ ଲୁଚାଇ ରଖିଥିଲେ। ଅତିରିକ୍ତଏସ୍‌ପି ରାମପ୍ରସାଦ ସାହୁଙ୍କ ତତ୍ତ୍ବାବଧାନରେ ଗୁଣପୁର ଏସ୍‌ଡିପିଓ ଅଜୟ କୁମାର ବାରିକ ଆସ୍କାରେ ତଦନ୍ତ କରି ଅଭିଯୁକ୍ତ ଓ ଚୋରି ସାମଗ୍ରୀ ଧରିପାରିଛନ୍ତି ବୋଲି ଏସ୍‌ପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲୁଟ୍‌ ହୋଇଥିବା ଟଙ୍କା, ବଳକା ସୁନା ଅଳଙ୍କାର ସହ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୁବ୍‌ ଶୀଘ୍ର ଧରିବ ବୋଲି ଏସ୍‌ପି କହିଛନ୍ତି। ଜବତ ଅଳଙ୍କାରକୁ ଦୋକାନ ମାଲିକଙ୍କୁ ପ୍ରଦାନ କରାଯାଇଛି। ଖବରଦାତା ସମ୍ମିଳନୀରେ ଗୁଣପୁର ଏସ୍‌ଡିପିଓ, ଆଇଆଇସି ଯଶବନ୍ତ ହିଆଲ, ଆଶ୍ରିତା ଖାଲୋକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri