ମାଟି ତଳୁ ମିଳିଲା ୧୪୦୦ ଗ୍ରାମ୍‌ ଚୋରି ସୁନା

ଗୁଣପୁର,୪।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର କନ୍ୟକା ପରମେଶ୍ୱର ମନ୍ଦିର ସମ୍ମୁଖ ଏସ୍‌ଏସ୍‌ ଜୁଏଲେରି ଦୋକନା ମାଲିକ ଏସ୍‌.ବାବା ପ୍ରସାଦଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗୁଣପୁର ପୋଲିସ ଗଞ୍ଜାମ ଜିଲା ଆସ୍କାରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଯାଜପୁରର ଅର୍ଜୁନ ପ୍ରଧାନ ଏବଂ ଭଞ୍ଜନଗରର ତରୁଣ ଦାସ। ପୋଲିସ ସେମାନଙ୍କଠାରୁ ଚୋରି ହାଇଥିବା ୧୪୦୦ ଗ୍ରାମ୍‌ ସୁନା ସହ ଲୁଟ୍‌ରେ ବ୍ୟବହାର କରିଥିବା ବାଇକ ଜବତ କରିଥିବା ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗତ ୨୬ ତାରିଖରେ ଏସ୍‌. ବାବା ପ୍ରସାଦ ଦୋକାନ ଖୋଲିବାକୁ ଆସିଥିଲେ। ଗାଡ଼ିରେ ଏକ ବ୍ୟାଗ୍‌ରେ ୩କେଜି ସୁନା ସହ ୨ଲକ୍ଷ ଟଙ୍କା ରଖି ଦୋକାନ ଖୋଲିବାବେଳେ ଅଭିଯୁକ୍ତମାନେ ବ୍ୟାଗ୍‌ ନେଇ ପଳାଇଥିଲେ। ଉକ୍ତ ଘଟଣା ସିସି ଟିଭିରେ କଏଦ ହୋଇଥିଲା। ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ୩ଟି ଟିମ୍‌ ଜୟପୁର, ଆନ୍ଧ୍ରର ପାଲାସା ଏବଂ ଗଞ୍ଜାମରେ ତଦନ୍ତ କରିଥିଲା। ଲୁଟ୍‌ ଅଳଙ୍କାରକୁ ଅଭିଯୁକ୍ତମାନେ ଆସ୍କାର ଏକ ଅଞ୍ଚଳରେ ମାଟି ତଳେ ଲୁଚାଇ ରଖିଥିଲେ। ଅତିରିକ୍ତଏସ୍‌ପି ରାମପ୍ରସାଦ ସାହୁଙ୍କ ତତ୍ତ୍ବାବଧାନରେ ଗୁଣପୁର ଏସ୍‌ଡିପିଓ ଅଜୟ କୁମାର ବାରିକ ଆସ୍କାରେ ତଦନ୍ତ କରି ଅଭିଯୁକ୍ତ ଓ ଚୋରି ସାମଗ୍ରୀ ଧରିପାରିଛନ୍ତି ବୋଲି ଏସ୍‌ପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲୁଟ୍‌ ହୋଇଥିବା ଟଙ୍କା, ବଳକା ସୁନା ଅଳଙ୍କାର ସହ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୁବ୍‌ ଶୀଘ୍ର ଧରିବ ବୋଲି ଏସ୍‌ପି କହିଛନ୍ତି। ଜବତ ଅଳଙ୍କାରକୁ ଦୋକାନ ମାଲିକଙ୍କୁ ପ୍ରଦାନ କରାଯାଇଛି। ଖବରଦାତା ସମ୍ମିଳନୀରେ ଗୁଣପୁର ଏସ୍‌ଡିପିଓ, ଆଇଆଇସି ଯଶବନ୍ତ ହିଆଲ, ଆଶ୍ରିତା ଖାଲୋକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri