ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ। ଏଥିସହ ଆମ ଲୋକକଳା ଓ ଲୋକସଂସ୍କୃତିକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ସହରମାନଙ୍କରେ ମଣ୍ଡପ, ଅଡିଟୋରିୟମ, କଳାପରିଷଦ, ସଦନ ଆଦି ନିର୍ମାଣ କରାଯାଉଛି। ମାତ୍ର ଐତିହାସିକ ଓ ପୌରାଣିକ କିର୍ତ୍ତୀ ବହନ କରୁଥିବା ଯାଜପୁର ଜିଲାର ବ୍ୟାସନଗର ସହରରେ ଦୀର୍ଘ ୧୪ ବର୍ଷ ହେଲା ଏକ ସଂସ୍କୃତି ଭବନ ନିର୍ମାଣାଧୀନ ଅବସ୍ଥାରେ ରହିଛି। ଦୀର୍ଘଦିନ ହେବ ନିର୍ମାଣ ହୋଇଥିବା ଟାଇଲ ଉପରେ ଘାସ ବଢି ସାରିଛି। ହେଲେ ଏହା କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ସହରବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ଲୋକ ବସବାସ କରୁଛନ୍ତି। କିନ୍ତୁ ସେଠାରେ ୫୦୦ଲୋକ ବସିବା ପାଇଁ ଅଡିଟୋରିୟମଟିଏ ନାହିଁ, ହଜାରେ ଲୋକଙ୍କ ପାଇଁ ତ ସ୍ବପ୍ନ। ଏଣୁ ସହରରେ କୌଣସି ବଡ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଅସମ୍ଭବ ହୋଇ ପଡୁଛି। ପ୍ରଶାସନିକ ଇଚ୍ଛାଶକ୍ତି ଓ ଆନ୍ତରିକତାର ଅଭାବ ଯୋଗୁ ଏଠାରେ ସଂସ୍କୃତିର ପ୍ରଚାରପ୍ରସାର ଏଭଳି ଭାବେ ସୀମିତ ହୋଇ ରହିଯାଇଛି। ଅତ୍ୟାଧୁନିକ ଅଡିଟୋରିୟମଟିଏ ନ ଥିବାବେଳେ ରାଜନୈତିକ ଟଣାଓଟରା ସହ ଇଚ୍ଛାଶକ୍ତିର ଅଭାବ ଏ ଦିଗରେ କଣ୍ଟା ହୋଇ ଛିଡା ହୋଇଛି ବୋଲି ମତପ୍ରକାଶ ପାଇଛି। ଫଳରେ ଯାଜପୁରର ଐତିହ୍ୟ ଓ ସାଂସ୍କୃତିକ ଗାରିମା ଦିନକୁ ଦିନ ଅପଚୟ ହେବାରେ ଲାଗିଛି। ବ୍ୟାସନଗର ସହରର ଲୋକ ସଂଖ୍ୟା ଦେଢ ଲକ୍ଷକୁ ଟପିଲାଣି। ମାତ୍ର ଏଠାରେ ଏକାଠି ବସି କୌଣସି ଆଲୋଚନା କିମ୍ବା କାର୍ଯ୍ୟକ୍ରମ କରିବାକୁ ଭଲ ସ୍ଥାନଟିଏ ନାହିଁ। ଟାଉନହଲର ନବକଳେବର କାର୍ଯ୍ୟ ଚାଲିଥିବାବେଳେ ବର୍ତ୍ତମାନ ସଂସ୍କୃତି ଭବନ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ବର୍ଷସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥାଏ। ଐତିହ୍ୟ ତଥା ସର୍ବଧର୍ମ ସମନ୍ବୟର ପ୍ରତୀକ ଏହି ବରାହ-ବିରଜା କ୍ଷେତ୍ରକୁ ଜିଲା ତଥା ଜିଲା ବାହାରୁ ବିଭିନ୍ନ ସମୟରେ ସଭା, ସମିତିରେ ଯୋଗଦେବାକୁ ଲୋକଙ୍କ ସୁଅ ଛୁଟିଥାଏ। ମାତ୍ର ଏଠାରେ ବଡଧରଣର ଅଡିଟୋରିୟମ କିମ୍ବା ଭବନ ନ ଥିବାରୁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମୁକ୍ତାକାଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯାଜପୁର ଜିଲାର ଷ୍ଟିଲ ସିଟି ଭାବେ ପରିଚିତ ଯାଜପୁର ରୋଡରେ ୨୦୦୮ ଅଗଷ୍ଟ ୮ରେ ଏକ ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମାତ୍ର ରାଜନୈତିକ ଟଣା ଓଟରା ଯୋଗୁ ସଂସ୍କୃତି ଭବନ ଏଯାଏ ଶେଷ ହୋଇ ପାରିନାହିଁ। ତେବେ ଏହା ଶେଷ ପର୍ଯ୍ୟାୟରେ ରହିଥିଲେ ହେଁ କେବେ ଉଦ୍‌ଘାଟନ ହେବ ତାହା ମଧ୍ୟ କେହି କହି ପାରୁନାହାନ୍ତି। ଯାହାକୁ ନେଇ ସହରରେ ଉଦ୍‌ବେଗ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ବ୍ୟାସନଗର ପୌରପରିଷଦର ବସ୍‌ଷ୍ଟାଣ୍ଡଠାରେ ଏହି ସଂସ୍କୃତି ଭବନ ନିର୍ମାଣ କରିବାକୁ ପ୍ରଥମେ ନିଷ୍ପତ୍ତି ହୋଇଥିଲା। ଏହି ଭବନକୁ ତକତ୍ାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଓ ନଗର ଉନ୍ନୟନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧ କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସଂସ୍କୃତି ଭବନ ୨୦୧୦ ଏପ୍ରିଲ ୨୦ରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସହରର ସନ୍ତରା ପାଖରେ ତତ୍କାଳୀନ ବିଧାୟକ ଆକାଶ ଦାସନାୟକ ପୁଣି ସଂସ୍କୃତି ଭବନର ଶୁଭାରମ୍ଭ କରିଥିଲେ। ସେତେବେଳେ ସମୁଦାୟ ବ୍ୟୟ ଅଟ୍ଟକଳରୁ ୧ କୋଟି ୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଭିତ୍ତିଭୂମି ଅନୁସାରେ ଏହାର ବ୍ୟୟ ଅଟ୍ଟକଳ ବଢିଥିଲା। ତେଣୁ ୨ କୋଟି ୮୪ ଲକ୍ଷ ଟଙ୍କାର ରିଭାଇଜ ବିଲ ହୋଇଥିଲା। ବର୍ତ୍ତମାନ ଏହି ଭବନର ଶେଷ ପର୍ଯ୍ୟାୟରେ ସାଜସଜ୍ଜା କାମ ଚାଲିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କାମ ଶେଷ ହେବା ପରେ ଉଦଘାଟନ କରିବାକୁ ନିଷ୍ପତ୍ତି ନିଆଯିବ। ଏବେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?