Categories: ଖେଳ

ଭାଙ୍ଗିଲା ୧୪ ବର୍ଷ ତଳର ରେକର୍ଡ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଉଇକେଟ ପାଇଁ ୧୪୦ ରନ୍‌ ଯୋଡ଼ି ଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲ। ଟି୨୦ ବିଶ୍ୱକପ୍‌ ଇତିହାସରେ ଏହା ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ଏଥିପୂର୍ବରୁ ଏହି ରେକର୍ଡ ଥିଲା ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ନାମରେ ଥିଲା। ଦୁହେଁ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଡର୍ବାନଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୩୬ ରନ୍‌ କରିଥିଲେ। ଗତ ୧୪ ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଥିଲା।

Share