ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କ ପରିବାରର ୫ ଜଣ ଶିଶୁ ମଧ୍ୟ ସେଠାରେ ରହି ନିର୍ଯାତିତ ହେଉଛନ୍ତି। ଗ୍ରାମବାସୀ ଓ ପରିବାର ଲୋକେ ସୋମବାର ନୂଆପଡା ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ନର୍ଯାତିତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି।
ପ୍ରକାଶ ଯେ, ଗତ ଜାନୁୟାରୀ ମାସରେ ପୋଏଁର ଗାଁର ୩ ପରିବାରର ୧୪ ଜଣ ଓ ସମରସିଂ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ କାମଧନ୍ଦା ଅଭାବରୁ ତେଲଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି ଶ୍ରମିକମାନେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗାଁର ଜଣେ ଦାଦନ ସର୍ଦ୍ଦାରଙ୍କ ଜରିଆରେ ତେଲଙ୍ଗାନାର ମେହେବୁବ ନଗର ଜିଲା ଫାରୁକ ନଗର ବ୍ଲକ କିଷନନଗର ଗଁ।ର ଏକ ଇଟାଭାଟିରେ ନିୟୋଜିତ ଅଛନ୍ତି। ତେବେ କିଛି ଦିନ କାମ କଲା ପରେ ଇଟାଭାଟିରେ ଶ୍ରମିକମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି। ଦିନକୁ ୧୨ରୁ ୧୫ ଘଣ୍ଟା କାମରେ ନିୟୋଜିତ କରାଯାଉଛି। ଖାଇବା ଖର୍ଚ୍ଚ ପୁରା ନ ଦେଇ ଅଧା ଦିଆଯାଉଛି। ଶ୍ରମିକମାନଙ୍କ ମୋବାଇଲ ଫୋନ ଛଡାଇ ନିଆଯାଇଛି। କାମ ନ କଲେ ମାରପିଟ କରାଯାଉଛି। ଏ ନେଇ କାହାକୁ ଜଣାଇଲେ ଜୀବନରେ ମାରି ଦେବା ପାଇଁ ଧମକ ମିଳୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କୋମନା ଥାନା ପୋଏଁର ଗଁାର ଧର୍ମୁ ଦୀପ (୫୧)ଙ୍କ ସମେତ ପରିବାରର ସ୍ତ୍ରୀ ସୁମିତ୍ରା ଦୀପ (୪୫), ପୁଅ ଇନ୍ଦୁସର (୨୩), ପୀତାମ୍ବର (୨୦), ଯୁଗେଶ୍ୱର (୧୮), ରମେଶ (୧୫) , ତ୍ରିନାଥ ବାଗ (୩୮)ଙ୍କ ସହ ତାଙ୍କ ସ୍ତ୍ରୀ ରୁଦନା ବାଗ (୩୨) ଓ ୫ ବର୍ଷର ଝିଅ ନନ୍ଦିନୀ, ଛନ ଦୀପ (୬୦)ଙ୍କ ସହ ତାଙ୍କ ସ୍ତ୍ରୀ କମଲା (୫୫), ପୁଅ ମନୋଜ (୩୨), ବୋହୁ ସସ୍ମିତା (୨୮) ଓ ୪ ବର୍ଷର ଶିଶୁ ପ୍ରିନ୍ସ ଏବଂ ସମରସିଂ ଗାଁର ବଷ୍ଣ୍ନୁ ପେନକା (୩୫), ସ୍ତ୍ରୀ ବୈକାନ୍ତି ପେନକା (୩୦) ସହ ଛୋଟ ଛୋଟ ୩ ପୁଅ ତେଲେଙ୍ଗାନାରେ ଅଟକ ରହି ନିର୍ଯାତନାର ଶିକାର ହେଉଛନ୍ତି। ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୋମାନଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଘାସିରାମ ସୁନାନୀ, ଯାଦବ ଦୀପ, ମହେନ୍ଦ୍ର ପଟେଲ, ଶଙ୍କର ଦୀପ, ଛବି ବାଗ ପ୍ରମୁଖ ଦାବି କରିଛନ୍ତ। ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲାପାଳ ସାଏ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରେ ଏ ନେଇ ଅଭିଯୋଗ ଆସିଛି। ୨ – ୩ ଦିନ ଭିତରେ ସେମାନଙ୍କୁ ଉଦ୍ଧାର କରାଯାଇ ଗାଁରେ ଛାଡିବାର ବ୍ୟବସ୍ଥା କରାଯିବ। ଏହାଛଡା ସେମାନଙ୍କୁ ନେଇ ଯାଇଥିବା ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri