ରାଜଧାନୀରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪ ଜଣଙ୍କ, ଲୋକାଲ କେସ୍‌ ୧୦ ଜଣ ଅଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୟୁନିଟ୍‌-୪ରୁ ୧୪ ଏବଂ ୭ ବର୍ଷର ବାଳକ, ୟୁନିଟ୍‌-୬ରୁ ୪୨ ବର୍ଷୀୟ ପୁରୁଷ ଏବଂ ଅନ୍ୟଜଣେ ୨୫ ବର୍ଷୀୟା ମହିଳା ଯେ କି ବେସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେହିପରି ସ୍ଥାନୀୟ କେସ୍‌ ମଧ୍ୟରେ କାନନ ବିହାରରୁ ୭୫ ବର୍ଷୀୟ ମହିଳା, ବମିଖାଲରୁ ୪୦ ବର୍ଷୀୟ ପୁରୁଷ, ନୟାପଲ୍ଲୀରୁ ୩୦ ବର୍ଷୀୟ ପୁରୁଷ, ଆଇଆରସି ଭିଲେଜ୍‌ରୁ ୫୬ ବର୍ଷୀୟ ପୁରୁଷ, ଗଙ୍ଗା ନଗରରରୁ ୪୪ ବର୍ଷୀୟା ମହିଳା, ୟୁନିଟ୍‌-୮ରୁ ୬୦ ବର୍ଷୀୟ ପୁରୁଷ, ୟୁନିଟ୍‌-୬ରୁ ଜଣେ ବର୍ଷକର ବାଳିକା, ୟୁନିଟ୍‌-୯ରୁ ୩୨ ବର୍ଷୀୟ ପୁରୁଷ, ପାତ୍ରପଡାରୁ ୨୪ ବର୍ଷୀୟା ମହିଳା ଏବଂ ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ଜଣେ ୨୪ ବର୍ଷୀୟା ମହିଳା ସାମିଲ ଅଛନ୍ତି। ସୋମବାର ୨୯ ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩୫୬ ଜଣ ସୁସ୍ଥ ହୋଇଥିବାବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୩୫୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share