ଓଡ଼ିଶାର ୧୪ ଖଣି ନିଲାମ ହେବ

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଉକ୍ତ କୋଇଲା ଖଣିଗୁଡ଼ିକୁ ନିଲାମ କରାଯିବ। ସେଥିରୁ ଓଡ଼ିଶାର ୧୪ଟି କୋଲ୍‌ ବ୍ଲକ ରହିଛି। ସେହି କୋଲ୍‌ ବ୍ଲକଗୁଡ଼ିକ ହେଲା ମାଛକଟା, ମହାନଦୀ, ନୂଆଗଁା ତେଲିସାହି, ରାମଚଣ୍ଡୀ ପ୍ରମୋଶନ ବ୍ଲକ, ଅଳକାନନ୍ଦା, ବରତାପ, ବୁରାପାହାଡ଼, ଡିପ୍‌ ଏକ୍ସଟେନଶନ ଅଫ୍‌ ବେଲପାହାଡ଼, ଡିପ୍‌ ସାଇଡ୍‌ ଅଫ୍‌ ଛତାବର, କରଦାବାହାଲ-ବ୍ରାହ୍ମଣବିଲ, କୋଶଳ ଓ୍ବେଷ୍ଟ, ଫୁଲଝରି ଇଷ୍ଟ ଆଣ୍ଡ୍‌ ଓ୍ବେଷ୍ଟ, ସାରଦାପୁର ନର୍ଥ ଏବଂ ତେନ୍ତୁଳୋଇ।
ଘୋଷିତ ସମୁଦାୟ ୬୭ଟି କୋଲ୍‌ ବ୍ଲକ ମଧ୍ୟରୁ ୩୭ଟିରୁ ସମ୍ପୂର୍ଣ୍ଣ ଉତ୍ପାଦନ ହେଉଥିବା ବେଳେ ଅବଶିଷ୍ଟଗୁଡ଼ିକରୁ ଆଂଶିକ ଉତ୍ପାଦନ ହେଉଛି। କୋଇଲା ଖଣିଗୁଡ଼ିକ ମଧ୍ୟରେ କ୍ଷୁଦ୍ର ଓ ବୃହତ୍‌ କୋଲ୍‌ ବ୍ଲକ ରହିଛି। ସେଥିରେ କୁକିଂ ଓ ନନ୍‌ କୁକିଂ ଖଣି ରହିଥିବା କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ପଦକ୍ଷେପ ଦର୍ଶାଯାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୪ ପରଠାରୁ କୋଲ୍‌ ବ୍ଲକ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ଠାରୁ ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ ସଂଖ୍ୟକ ଖଣିକୁ ନିଲାମ ଲାଗି ପ୍ରସ୍ତୁତି ଶେଷ ହୋଇଛି।
ଦେଶରେ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବାରେ କୋଇଲା ପ୍ରମୁଖ ସମ୍ବଳ। ଦେଶର ଅବ୍ୟବହୃତ ସମ୍ପଦର ବିନିଯୋଗ କରି ନିଜର ବ୍ୟବସାୟ ବଢାଇବା ସହ ଦେଶର ଅଭିବୃଦ୍ଧି ଲାଗି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ବ୍ୟବସାୟିକ କୋଇଲା ଉତ୍ପାଦନ ନୂତନ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର କରିବା ସହ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କୋଇଲା ଖଣି ଥିବା ରାଜ୍ୟଗୁଡିକର ସାମାଜିକ, ଆର୍ଥିକ ଅଭିବୃଦ୍ଧି ଦିଗରେ ଏହା ସହାୟତା କରିବ। ବଜାରଭିତ୍ତିକ କୋଇଲା ଅର୍ଥନୀତି କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି। କୋଇଲା ହେଉଛି ପ୍ରଥମ ଖଣିଜ ସମ୍ପଦ, ଯାହାକୁ କି ରୋଲିଂ ଅକ୍ସନ କରାଯାଇଛି। ଆଗାମୀ ଦିନରେ କେନ୍ଦ୍ର ସରକାର ନିଲାମ ପାଇଁ ରୋଲିଂ ଅକ୍ସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ। ଏହାଦ୍ୱାରା ସବୁ ସମୟ ପାଇଁ କୋଇଲା ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଭବିଷ୍ୟତରେ ହେବାକୁ ଥିବା ନିଲାମ ପାଇଁ ରୋଲିଂ ଅକ୍ସନ ଜରିଆରେ ଖଣି ବିଷୟରେ ସବିଶେଷ ବୈଷୟିକ ଜ୍ଞାନ ଉପଲବ୍ଧ ରହିବ। ଫଳରେ ନିଲାମରେ ଭାଗ ନେବାକୁ ଚାହୁଁଥିବା ସଂସ୍ଥାଗୁଡିକ ନିଜ ପସନ୍ଦ ମୁତାବକ ଖଣି ପାଇଁ ଟେଣ୍ଡର ପକାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଆବେଦନକାରୀଙ୍କୁ ଉତ୍ତମ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବା ସହ ନିଲାମରେ ସ୍ବଚ୍ଛତା ବଜାୟ ରହିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ବ୍ୟବସାୟିକ କୋଇଲା ଉତ୍ପାଦନ ସହ ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌) ପାଇଁ ଇ-ଅକ୍ସନ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି। ଏହାଦ୍ୱାରା ସିଆଇଏଲ୍‌ ବିଭିନ୍ନ ପ୍ରକାର ନିଲାମକୁ ଗୋଟିଏ ଓ୍ବିଣ୍ଡୋ ମାଧ୍ୟମରେ କରିପାରିବ। ଏହାଦ୍ୱାରା ଗୋଟିଏ କୋଇଲା ଗ୍ରେଡ୍‌ ପାଇଁ ଗୋଟିଏ ପ୍ରକାର ମୂଲ୍ୟ ଧାର୍ଯ୍ୟ କରାଯାଇପାରିବ। ଦେଶର କୋଇଲା କ୍ଷେତ୍ରରେ ବ୍ୟବସାୟିକ କୋଇଲା ଉତ୍ପାଦନ ଏକ ବିପ୍ଳବାତ୍ମକ ପଦକ୍ଷେପ। ଭାରତୀୟ କୋଇଲା କ୍ଷେତ୍ର ସକାଶେ ଏହା ପ୍ରମୁଖ ଖଣିଲିଜଧାରୀମାନଙ୍କୁ ସର୍ବାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ମୂଲ୍ୟ ଉପରେ ପ୍ରତିଯୋଗିତା କରିବାର ସୁଯୋଗ ସୃଷ୍ଟି କରିବ।
ଭାରତୀୟ କୋଇଲା ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବା ସହ ଆଧୁନିକୀକରଣ ହୋଇପାରିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ବ୍ୟବସାୟିକ କୋଇଲା ପାଇଁ ନିଲାମ କରାଯାଇଥିଲା। ୯.୫ ପ୍ରତିଶତରୁ ୬୬.୭୫ ପ୍ରତିଶତ ମାଧ୍ୟମରେ ନିଲାମ କରାଯାଇଥିଲା। ଏହି କୋଇଲା ଖଣିରୁ ରାଜ୍ୟଗୁଡିକୁ ପ୍ରାୟ ୭ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri