ଓଡ଼ିଶାର ୧୪ ଖଣି ନିଲାମ ହେବ

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଉକ୍ତ କୋଇଲା ଖଣିଗୁଡ଼ିକୁ ନିଲାମ କରାଯିବ। ସେଥିରୁ ଓଡ଼ିଶାର ୧୪ଟି କୋଲ୍‌ ବ୍ଲକ ରହିଛି। ସେହି କୋଲ୍‌ ବ୍ଲକଗୁଡ଼ିକ ହେଲା ମାଛକଟା, ମହାନଦୀ, ନୂଆଗଁା ତେଲିସାହି, ରାମଚଣ୍ଡୀ ପ୍ରମୋଶନ ବ୍ଲକ, ଅଳକାନନ୍ଦା, ବରତାପ, ବୁରାପାହାଡ଼, ଡିପ୍‌ ଏକ୍ସଟେନଶନ ଅଫ୍‌ ବେଲପାହାଡ଼, ଡିପ୍‌ ସାଇଡ୍‌ ଅଫ୍‌ ଛତାବର, କରଦାବାହାଲ-ବ୍ରାହ୍ମଣବିଲ, କୋଶଳ ଓ୍ବେଷ୍ଟ, ଫୁଲଝରି ଇଷ୍ଟ ଆଣ୍ଡ୍‌ ଓ୍ବେଷ୍ଟ, ସାରଦାପୁର ନର୍ଥ ଏବଂ ତେନ୍ତୁଳୋଇ।
ଘୋଷିତ ସମୁଦାୟ ୬୭ଟି କୋଲ୍‌ ବ୍ଲକ ମଧ୍ୟରୁ ୩୭ଟିରୁ ସମ୍ପୂର୍ଣ୍ଣ ଉତ୍ପାଦନ ହେଉଥିବା ବେଳେ ଅବଶିଷ୍ଟଗୁଡ଼ିକରୁ ଆଂଶିକ ଉତ୍ପାଦନ ହେଉଛି। କୋଇଲା ଖଣିଗୁଡ଼ିକ ମଧ୍ୟରେ କ୍ଷୁଦ୍ର ଓ ବୃହତ୍‌ କୋଲ୍‌ ବ୍ଲକ ରହିଛି। ସେଥିରେ କୁକିଂ ଓ ନନ୍‌ କୁକିଂ ଖଣି ରହିଥିବା କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ପଦକ୍ଷେପ ଦର୍ଶାଯାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୪ ପରଠାରୁ କୋଲ୍‌ ବ୍ଲକ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ଠାରୁ ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ ସଂଖ୍ୟକ ଖଣିକୁ ନିଲାମ ଲାଗି ପ୍ରସ୍ତୁତି ଶେଷ ହୋଇଛି।
ଦେଶରେ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବାରେ କୋଇଲା ପ୍ରମୁଖ ସମ୍ବଳ। ଦେଶର ଅବ୍ୟବହୃତ ସମ୍ପଦର ବିନିଯୋଗ କରି ନିଜର ବ୍ୟବସାୟ ବଢାଇବା ସହ ଦେଶର ଅଭିବୃଦ୍ଧି ଲାଗି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ବ୍ୟବସାୟିକ କୋଇଲା ଉତ୍ପାଦନ ନୂତନ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର କରିବା ସହ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କୋଇଲା ଖଣି ଥିବା ରାଜ୍ୟଗୁଡିକର ସାମାଜିକ, ଆର୍ଥିକ ଅଭିବୃଦ୍ଧି ଦିଗରେ ଏହା ସହାୟତା କରିବ। ବଜାରଭିତ୍ତିକ କୋଇଲା ଅର୍ଥନୀତି କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି। କୋଇଲା ହେଉଛି ପ୍ରଥମ ଖଣିଜ ସମ୍ପଦ, ଯାହାକୁ କି ରୋଲିଂ ଅକ୍ସନ କରାଯାଇଛି। ଆଗାମୀ ଦିନରେ କେନ୍ଦ୍ର ସରକାର ନିଲାମ ପାଇଁ ରୋଲିଂ ଅକ୍ସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ। ଏହାଦ୍ୱାରା ସବୁ ସମୟ ପାଇଁ କୋଇଲା ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଭବିଷ୍ୟତରେ ହେବାକୁ ଥିବା ନିଲାମ ପାଇଁ ରୋଲିଂ ଅକ୍ସନ ଜରିଆରେ ଖଣି ବିଷୟରେ ସବିଶେଷ ବୈଷୟିକ ଜ୍ଞାନ ଉପଲବ୍ଧ ରହିବ। ଫଳରେ ନିଲାମରେ ଭାଗ ନେବାକୁ ଚାହୁଁଥିବା ସଂସ୍ଥାଗୁଡିକ ନିଜ ପସନ୍ଦ ମୁତାବକ ଖଣି ପାଇଁ ଟେଣ୍ଡର ପକାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଆବେଦନକାରୀଙ୍କୁ ଉତ୍ତମ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବା ସହ ନିଲାମରେ ସ୍ବଚ୍ଛତା ବଜାୟ ରହିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ବ୍ୟବସାୟିକ କୋଇଲା ଉତ୍ପାଦନ ସହ ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌) ପାଇଁ ଇ-ଅକ୍ସନ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି। ଏହାଦ୍ୱାରା ସିଆଇଏଲ୍‌ ବିଭିନ୍ନ ପ୍ରକାର ନିଲାମକୁ ଗୋଟିଏ ଓ୍ବିଣ୍ଡୋ ମାଧ୍ୟମରେ କରିପାରିବ। ଏହାଦ୍ୱାରା ଗୋଟିଏ କୋଇଲା ଗ୍ରେଡ୍‌ ପାଇଁ ଗୋଟିଏ ପ୍ରକାର ମୂଲ୍ୟ ଧାର୍ଯ୍ୟ କରାଯାଇପାରିବ। ଦେଶର କୋଇଲା କ୍ଷେତ୍ରରେ ବ୍ୟବସାୟିକ କୋଇଲା ଉତ୍ପାଦନ ଏକ ବିପ୍ଳବାତ୍ମକ ପଦକ୍ଷେପ। ଭାରତୀୟ କୋଇଲା କ୍ଷେତ୍ର ସକାଶେ ଏହା ପ୍ରମୁଖ ଖଣିଲିଜଧାରୀମାନଙ୍କୁ ସର୍ବାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ମୂଲ୍ୟ ଉପରେ ପ୍ରତିଯୋଗିତା କରିବାର ସୁଯୋଗ ସୃଷ୍ଟି କରିବ।
ଭାରତୀୟ କୋଇଲା ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବା ସହ ଆଧୁନିକୀକରଣ ହୋଇପାରିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ବ୍ୟବସାୟିକ କୋଇଲା ପାଇଁ ନିଲାମ କରାଯାଇଥିଲା। ୯.୫ ପ୍ରତିଶତରୁ ୬୬.୭୫ ପ୍ରତିଶତ ମାଧ୍ୟମରେ ନିଲାମ କରାଯାଇଥିଲା। ଏହି କୋଇଲା ଖଣିରୁ ରାଜ୍ୟଗୁଡିକୁ ପ୍ରାୟ ୭ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri