୨ କାର୍‌ ସହ ୧୪ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର, ୪ା୧୧(ବ୍ୟୁରୋ): କନ୍ଧମାଳରୁ ରାଜଧାନୀକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ଖଜୁରିପଦା ଥାନା ଅଞ୍ଚଳର ସତୀଶ କୁମାର ପ୍ରଧାନ ଓରଫ ଲିଟୁ ଏବଂ କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳର ସୁଶାନ୍ତ କୁମାର ସାହୁ। ଏମାନଙ୍କଠାରୁ ୨ଟି କାର୍‌ ସମେତ ୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ସତୀଶ ବଡ଼ଗଡ଼ ଓ ସୁଶାନ୍ତ ଶହୀଦନଗର ଥାନା ଅଞ୍ଚଳରେ ରହି ଭୁବନେଶ୍ୱର ଏବଂ ଉପକଣ୍ଠ ଅଞ୍ଚଳରେ ଗଞ୍ଜେଇ ବେପାର ଚଳାଇ ଥିଲେ। ମଙ୍ଗଳବାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା। କାର୍‌ ଦୁଇଟିରୁ ୧୪ କେଜି ଗଞ୍ଜେଇ ମିଳିଥିଲା। ପୋଲିସ ଏହି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ କେସ୍‌ ନଂ. ୪୬୬/୨୦ ରୁଜୁ କରାଯାଇଛି।