ନିର୍ମାଣ ହେବ ୧୪ ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ

ଯାଜପୁର,୨୧ା୭(ହର୍ଷବର୍ଦ୍ଧନ ବେହେରା): ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଅତିରିକ୍ତ ଭାବେ ୧୪ଟି ବନ୍ୟା ପୂର୍ବାନୁମାନ ପଦ୍ଧତି ବା ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ ନିର୍ମାଣ ହେବ। ଯାଜପୁର ଓ ଭଦ୍ରକ ଜିଲାର ବୈତରଣୀ ନଦୀ ଅବବାହିକାରେ ୬ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ବୁଢାବଳଙ୍ଗ ନଦୀ ଅବବାହିକାରେ ୮ ସିଷ୍ଟମ ପାଇଁ ୱାଲର୍‌ଡବ୍ୟାଙ୍କ ପ୍ରକଳ୍ପରେ ୧୨୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ଉକ୍ତ ସିଷ୍ଟମରେ ଅଟୋମେଟିକ ୱାଟର ଲେଭଲ ରେକର୍ଡର (ଏଡବ୍ଲୁଏଲ୍‌ଆର୍‌) ନିର୍ମାଣ କରାଯିବ। ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ଯାଜପୁର ଜିଲାର ବହୁ କ୍ଷୟକ୍ଷତି ହୋଇଥାଏ। ଏହାପୂର୍ବରୁ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ ପାଇପ୍‌ ଲାଇନ ପ୍ରୋଜେକ୍ଟ ଜରିଆରେ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଥିବାବେଳେ ଏବେ ବନ୍ୟା ପୂର୍ବାନୁମାନ ସିଷ୍ଟମ ଯୋଗୁ ପ୍ରଭାବିତ ଲୋକେ ଆହୁରି ସଚେତନ ହୋଇ ପାରିବେ ବୋଲି ଆଶା କରାଯାଇଛି। ହେଲେ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।
ରାଜ୍ୟର ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ, ଋଷିକୁଲ୍ୟା, ବଂଶଧାରା ଏବଂ ଏହାର ଶାଖାନଦୀଗୁଡିକରେ ଅଧିକାଂଶ ଥର ବନ୍ୟା ହୋଇଥାଏ। ତେଣୁ ବନ୍ୟା ପୂର୍ବାନୁମାନ ସିଷ୍ଟମ ନିର୍ମାଣ କରାଗଲେ ନଦୀଜଳ ପରିଚାଳନାରେ ବହୁ ସହାୟକ ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆଶା କରାଯାଇଛି। ବୈତରଣୀ ନଦୀର ସମୁଦାୟ ୧୩,୪୮୨ ବର୍ଗ କିମି ଅବବାହ କ୍ଷେତ୍ର ବା କ୍ୟାଚ୍‌ମେଣ୍ଟ ଏରିଆ ରହିଛି। ଏଥିରେ ଯାଜପୁର ଜିଲାର ଆଖୁଆ ବିରିଡି ବ୍ରିଜ, ଭଦ୍ରକ ଜିଲାର ବାଙ୍କସାହି, ପଙ୍ଗଟା, ଚାନ୍ଦବାଲି ଓ ରାଜଘାଟ ବ୍ରିଜ ଏବଂ କେନ୍ଦୁଝର ଜିଲାର ଜଳସୁଆଁ ପାଟଣା ଷ୍ଟେଶନରେ ୬ ଏଡବ୍ଲୁଏଲ୍‌ଆର୍‌ ନିର୍ମାଣ ପ୍ରସ୍ତାବ ରହିଛି। ସେହିପରି ୪୮୩୮ ବର୍ଗ କିମି କ୍ୟାଚ୍‌ମେଣ୍ଟ ଏରିଆ ବିଶିଷ୍ଟ ବୁଢାବଳଙ୍ଗ ନଦୀର ମୟୁରଭଞ୍ଜ ଜିଲା ନାଲୁଆ, ସେଣ୍ଟ୍ରାଲ ଡିଭିଜନ, ବେତନଟି, ସୁଲିଆପଡା, ଜମ୍ଭିରା, ବାରଙ୍ଗ ସାଇଡ୍‌ ଏବଂ ବାଲେଶ୍ୱର ଜିଲା କାଂଶବାଂଶ ଓ ତୋଟାପଡ଼ା ଷ୍ଟେଶନରେ ୮ଟି ଏଡବ୍ଲୁଏଲ୍‌ଆର୍‌ ନିର୍ମାଣ ପ୍ରସ୍ତାବ ରହିଛି। ଏହାପୂର୍ବରୁ ଏହି ଦୁଇ ନଦୀରେ ସମୁଦାୟ ୪୮ଟି ଏଡବ୍ଲୁଏଲ୍‌ଆର୍‌ ରହିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ବୈତରଣୀ ନଦୀର ଡାହାଣପାର୍ଶ୍ୱ ରଣପୁରଠାରୁ ମଥୁରାପୁର ବ୍ରିଜ୍‌ ପର୍ଯ୍ୟନ୍ତ ନଦୀବନ୍ଧ ପ୍ରକଳ୍ପ ପାଇଁ ୯ କୋଟି ୯୦ ଲକ୍ଷ ୬ ହଜାର ଟଙ୍କା ଓ ବାମପାର୍ଶ୍ୱ ଭଦ୍ରକ ଜିଲାର ଦଶପରିଠାରୁ ଅସ୍ତକା ପ୍ରକଳ୍ପ ପାଇଁ ୮ କୋଟି ୮୦ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହାପୂର୍ବରୁ ବୈତରଣୀ ଡାହାଣପାର୍ଶ୍ୱ ହେମନ୍ତପୁର, ବାଲିପାଟଣା, ବଳରାମପୁର ନଦୀବନ୍ଧ ନିର୍ମାଣ କରିବାକୁ ୯ କୋଟି ୯୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି ୩ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଜିଲାର କୋରେଇ ଓ ଦଶରଥପୁର ବ୍ଲକ ଏବଂ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବୈତରଣୀ ଓ ବ୍ରାହ୍ମଣୀରେ ୨୦୨୦ ଅଗଷ୍ଟ ବନ୍ୟା ଏକବିଂଶ ଶତାବ୍ଦୀର ସବୁଠୁ ବଡ ବନ୍ୟା ବୋଲି କୁହାଯାଇଥିଲା। ଏହି ବନ୍ୟାରେ ଜିଲାର ସମସ୍ତ ବ୍ଲକ ଓ ଗୋଟିଏ ପୌର ପରିଷଦର ୧୪୩ ପଞ୍ଚାୟତର ୬୧୨ ଗ୍ରାମ ସହ ୧ ୱାର୍ଡର ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୨୫ଟି ବଡ଼ବଡ଼ ଘାଇ ସୃଷ୍ଟି ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ବର୍ଷା ମାସ ଆସିଲେ ଯାଜପୁର ଜିଲା ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ସଙ୍ଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ଏଭଳିସ୍ଥିତିରେ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ନିୟନ୍ତ୍ରଣ ବହୁ ଜରୁରୀ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri