୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ଚୋରା ବାଲି ବ୍ୟବସାୟୀଙ୍କୁ ରୋକ ଲଗାଇବାକୁ ଚେଷ୍ଟା କରି ସବ ସ୍ଥାନରେ ସଫଳ ହୋଇପାରୁନାହାନ୍ତି ା
ଶନିବାର ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ୧୨ ବାଲି ସଇରାତରେ ୧୪୪ ଜାରି କରାଯାଇ ଲାଲ୍‌ ପତାକା ପୋତାଯାଇଛି ା ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ପ୍ରହରାଜପୁର, କଣ୍ଟାପାଳ, ମକରମପୁର, ଗୋବରଘଟା, ଦକ୍ଷିଣପ୍ରହରାଜପୁର ଆଦି ସ୍ଥାନରେ ୧୪୪ ଧାରା ବଳବତ୍ତର ରହିଥିବାରୁ ବାଲି ମାଫିଆଙ୍କୁ ଝଟ୍‌କା ଲାଗିଛି ା
ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ପ୍ରାୟ ୨୩ଟି ବାଲି ସଇରାତ ରହିଛି। କେତେକ ସ୍ଥାନରେ ନିଲାମ କାର୍ଯ୍ୟ ଚାଲିଥିବା ବେଳେ ବହୁ ସ୍ଥାନରେ ନିଲାମ ପ୍ରକ୍ରିୟା ହୋଇନାହିଁ। କିନ୍ତୁ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ହୋଇ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ସ୍ଥାନରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି। ଫଳରେ ବାଲି ମାଫିଆମାନେ ମାଲେମାଲ ହେଉଛନ୍ତି ା ପୂର୍ବରୁ ଟ୍ରାକ୍ଟର ପିଛା ବାଲି ୫ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୨୬ଶହ ଟଙ୍କାରେ ମିଳୁଛି ା କିନ୍ତୁ ସରକାରୀ ଭାବେ ରାଜସ୍ବ ଟଙ୍କାଟିଏ ମିଳୁନାହିଁ ା
କେତେକ ସ୍ଥାନରେ ତହସିଲ ପକ୍ଷରୁ ଚୋରା ବ୍ୟବସାୟୀଙ୍କୁ ରୋକ ଲଗାଇବା ଲାଗି ଗତ କିଛିଦିନ ଧରି ବାଲି ଉତ୍ତୋଳନ ହେଉଥିବା ରାସ୍ତାରେ ବଡ ବଡ ଗର୍ତ୍ତ ଖୋଳି ଦିଆଯାଇଥିଲା। ହେଲେ ଚୋରା ବାଲି ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବାରୁ ବାଲିଚାଲାଣ ବନ୍ଦ ହେଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri