ବୁଥ୍‌ କ୍ୟାପଚରିଂ: ୧୪ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭ା୨: ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ସଂଗଠିତ ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ୧୪ ଜଣଙ୍କୁ ବାନ୍ଧିଛି ପୋଲିସ। ଏଥିରେ ଧର୍ମଶାଳା ବ୍ଲକର ଦେଓଦା ବୁଥ୍‌ ନମ୍ବର ୬ ଓ ୭ ବୁଥ୍‌ ଦଖଲ ଅଭିଯୋଗରେ ୧୨ ଜଣ ଗିରଫ ହୋଇଛନ୍ତି। ସେହିପରି ରୁଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁଙ୍କୁ ଗିରଫ କରାଯାଇଥିବା ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି।