ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ୧୩୯ କୋଟି ଟଙ୍କା ବ୍ୟୟବରାଦ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଅପରାହ୍ନରେ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି। ୩୪,୫୦୦ ଛାତ୍ରୀଛାତ୍ରଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ କରାଯିବ। ୧୧୮ ଜଣଙ୍କୁ ନେତୃତ୍ୱ ପୁରସ୍କାର, ୨ହଜାର ମେଧାବୀଙ୍କୁ ବୃତ୍ତି ଦିଆଯିବ। ମାଧ୍ୟମିକ ସ୍କୁଲର ୭ ଶହ ଶିକ୍ଷକ, ୪୧୯ ପ୍ରଧାନଶିକ୍ଷକ ପୁରସ୍କୃତ ହେବେ। ସେହିଭଳି ପ୍ରାଥମିକ ବିଦ୍ୟାଳୟର ୩୫୦ ପ୍ରଧାନ ଶିକ୍ଷକ, ୩୧୯ ଶିକ୍ଷକ ସମ୍ବର୍ଦ୍ଧିତ ହେବେ। ମାଧ୍ୟମିକସ୍ତରରେ ୪୧୯ ଶ୍ରେଷ୍ଠ ସ୍କୁଲ ପରିଚାଳନା କମିଟିକୁ ପୁରସ୍କାର ମିଳିବାକୁ ଥିବା ବେଳେ ୪୧୯ ଶ୍ରେଷ୍ଠ ସ୍କୁଲ ପୁରାତନ ଛାତ୍ରୀଛାତ୍ର କମିଟିକୁ ପୁରସ୍କାର ମିଳିବ ବୋଲି ବଜେଟରେ ଉଲ୍ଲେଖ ରହିଛି।