ସବୁ ଦୋଷ ପ୍ରମାଣିତ ହେଲେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ତାଙ୍କ ମୁହଁ ବନ୍ଦ ପାଇଁ ୧୩୦,୦୦୦ ଡଲାର ଲାଞ୍ଚ ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟହାଉସ୍‌ରେ ଆମତ୍ସମର୍ପଣ କରିଛନ୍ତି। ୮ଟି କାର୍‌ ମୋଟରକେଡ୍‌ରେ ଟ୍ରମ୍ପ୍‌ ମାନ୍‌ହାଟ୍ଟନ୍‌ କ୍ରିମିନାଲ କୋର୍ଟରେ ପହଞ୍ଚତ୍ବା ପରେ ତାଙ୍କୁ ପୋଲିସ ହାଜତରେ ରଖାଯାଇଥିଲା। ଏଥିସହ ଟ୍ରମ୍ପ୍‌ଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ମଗ୍‌ ଶଟ୍‌ (ମୁହଁର ଫଟୋ) ନିଆଯାଇଥିଲା। କୋର୍ଟରେ ଟ୍ରମ୍ପ୍‌ ନିଜ ବିରୋଧରେ ଆସିଥିବା ୩୪ଟି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ନ୍ୟୁୟର୍କ ଆଇନ ଅନୁସାରେ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହେଲେ ତାଙ୍କୁ ସର୍ବାଧିକ ୧୩୬ ବର୍ଷ ଜେଲ୍‌ ହୋଇପାରେ।

ମାମଲା ସ୍ଥାନାନ୍ତର ଚାହାନ୍ତି ଟ୍ରମ୍ପ୍‌

ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ୍‌ ଉଲ୍ଲେଖ କରିଥିଲେ, ମାନ୍‌ହାଟ୍ଟନ୍‌ କୋର୍ଟ ହେଉଛି ଏକ ‘ଅତ୍ୟନ୍ତ ଅନୁପଯୁକ୍ତ ସ୍ଥାନ’। ତେଣୁ ତାଙ୍କ ମାମଲାକୁ ଷ୍ଟଟେନ୍‌ ଆଇଲାଣ୍ଡକୁ ସ୍ଥାନାନ୍ତର କରାଯାଉ। ତେବେ ତାଙ୍କ ଓକିଲ ଏନେଇ କୋର୍ଟରେ ଯୁକ୍ତି ବାଢ଼ିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଟ୍ରମ୍ପ୍‌ ରାତି ୮ଟା ୧୫ରେ ଫ୍ଲେରିଡା ଫେରି ମାର୍‌-ଏ-ଲାଗୋ ରିସର୍ଟ୍ଟରେ ଖବରଦାତା ସମ୍ମିଳନୀ ଡାକି ନିଜ ପ୍ରତିକ୍ରିୟା ପ୍ରକାଶ କରିବେ।

ଟ୍ରମ୍ପ୍‌ ଗିରଫ ହୋଇଥିଲେ କି

ହଁ, ଟ୍ରମ୍ପ୍‌ଙ୍କୁ ଟେକ୍ନିକାଲି ଗିରଫ କରାଯାଇଥିଲା। ବ୍ୟବସାୟିକ ଠକେଇ ମାମଲାରେ ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗ ସ୍ଥିର ହୋଇଥିବାରୁ ତାଙ୍କୁ ପୋଲିସ ହାଜତରେ ରଖାଯାଇଥିଲା। କୋର୍ଟ ଅଫିସରମାନେ ଟ୍ରମ୍ପ୍‌ଙ୍କ ପୂରା ନାମ, ବୟସ, ଜନ୍ମ ତାରିଖ, ଉଚ୍ଚତା, ଓଜନ ଆଦି ରେକର୍ଡ କରିବା ସହ କମ୍ପ୍ୟୁଟରାଇଜ୍‌ଡ ସିଷ୍ଟମ୍‌ରେ ଫିଙ୍ଗରପ୍ରିଣ୍ଟ ଏବଂ ମଗ୍‌ ଶଟ୍‌ ନେଇଥିଲେ।

କୋର୍ଟ ବାହାରେ ଜନସମୁଦ୍ର

ମାନ୍‌ହାଟ୍ଟନ୍‌ କୋର୍ଟ ହାଉସ୍‌ରେ ଟ୍ରମ୍ପ୍‌ ହାଜର ହେବାବେଳେ ବାହାରେ ତାଙ୍କ ସମର୍ଥକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସେମାନେ ନିଜ ନେତାଙ୍କ ସମର୍ଥନରେ ହୁଇସିଲ୍‌ ମାରି ସ୍ଲୋଗାନ ଦେଇଥିଲେ। କେତେଜଣ ସମର୍ଥକ ଟ୍ରମ୍ପ୍‌ଙ୍କ ଭଳି ପୋଷାକ ପିନ୍ଧି ତାଙ୍କୁ ସ୍ବାଗତ କରିଥିଲେ। ରିପବ୍ଲିକାନ୍‌ ମାର୍ଜୋରି ଟେୟଲର ଗ୍ରିନେ ଏହି ରାଲିର ନେତୃତ୍ୱ ନେଇଥିଲେ। ନ୍ୟୁୟର୍କ ସିଟି ମେୟର ଏରିକ୍‌ ଆଡାମ୍ସ ଶାନ୍ତି ଭଙ୍ଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

ଷ୍ଟର୍ମି ଡାନିଏଲ୍ସ କିଏ

ଲୁଇସିଆନାର ବାଟୋନ୍‌ ରୋଗ୍‌ରେ ୧୯୭୯ ମାର୍ଚ୍ଚ ୧୭ରେ ଷ୍ଟେଫାନି ଗ୍ରେଗୋରୀ କ୍ଲିଫୋର୍ଡ ଓରଫ୍‌ ଷ୍ଟର୍ମି ଡାନିଏଲ୍ସଙ୍କ ଜନ୍ମ। ପର୍ନ ଫିଲ୍ମ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ସାଜିବା ପୂର୍ବରୁ ଷ୍ଟର୍ମି ଷ୍ଟ୍ରିପର (ଆଡଲ୍ଟ ତଥା ବ୍ୟାଚଲର ପାର୍ଟିରେ ନାଚୁଥିବା ଯୁବତୀ) ଭାବେ କାର୍ଯ୍ୟ କରୁଥିଲେ। ୪୪ ବର୍ଷୀୟା ଷ୍ଟର୍ମିଙ୍କ ଜନ୍ମର ୩-୪ ବର୍ଷ ପରେ ମା’ ସେଲା ଏବଂ ବାପା ବିଲ୍‌ ଗ୍ରେଗୋରୀଙ୍କ ବିବାହ ବିଚ୍ଛେଦ ଘଟିଥିଲା। ୧୯୯୭ରେ ବାଟୋନ୍‌ ରଗ୍‌ସ୍ଥିତ ସ୍କଟ୍‌ଲାଣ୍ଡଭିଲେ ମାଗ୍‌ନେଟ୍‌ ହାଇସ୍କୁଲରୁ ପାସ୍‌ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଷ୍ଟ୍ରିପର ଭାବେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୪ରେ ଆଡଲ୍ଟ ଭିଡିଓ ନ୍ୟୁଜ୍‌ ତରଫରୁ ତାଙ୍କୁ ବେଷ୍ଟ ଷ୍ଟାରଲେ୍‌ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ତେବେ ଷ୍ଟର୍ମିଙ୍କ ବୈବାହିକ ଜୀବନ ସେତେ ସଫଳ ନୁହେଁ। ୨୦୦୩ରେ ସେ ପର୍ନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ପାଟ୍‌ ମିନେଙ୍କୁ ପ୍ରଥମ ବିବାହ କରିଥିଲେ। କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶିଦିନ ତିଷ୍ଠି ପାରି ନ ଥିଲା। ୨୦୦୫ରେ ଷ୍ଟର୍ମି ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ପର୍ନଷ୍ଟାର୍‌ ବ୍ରେଣ୍ଡୋନ୍‌ ମିଲେରଙ୍କ ସହ ୨୦୧୫ରେ ବିବାହକରି ୨୦୧୮ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଗତବର୍ଷ ଷ୍ଟର୍ମି ବାରେଟ୍‌ ବ୍ଲେଡ୍‌ଙ୍କୁ ବିବାହ କରିଛନ୍ତି। ଷ୍ଟର୍ମିଙ୍କର ଜଣେ ସନ୍ତାନ ଅଛନ୍ତି।

ଟ୍ରମ୍ପ୍‌ଙ୍କ ପ୍ରତି ବଢ଼ୁଛି ସମର୍ଥନ

୪୮% ରିପବ୍ଲିକାନ୍ସଙ୍କ ମତରେ ଟ୍ରମ୍ପ୍‌ ସେମାନଙ୍କ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଉଚିତ। ଗତ ମାସରେ ଏହି ହାର ୪୪% ଥିଲା। ଏହି ଦୌଡ଼ର ଦ୍ୱିତୀୟ ସ୍ଥାନରେ ଥିବା ଫ୍ଲୋରିଡା ଗଭର୍ନର ରୋନ୍‌ ଡେସାଣ୍ଟିସ୍‌ ପୂର୍ବରୁ ୩୦% ରିପବ୍ଲିକାନ୍‌ଙ୍କ ସମର୍ଥନ ହାସଲ କରିଥିବାବେଳେ ଏବେ ଏହା ୧୯%କୁ ଖସିଯାଇଛି। ଦୁଇ-ତୃତୀୟାଂଶରୁ ଅଧିକ ଉତ୍ତରଦାତା କହିଛନ୍ତି, ଟ୍ରମ୍ପ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି ଦେଇଥିଲେ। ଅନ୍ୟପକ୍ଷେ ୫୦ ପ୍ରତିଶତ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ମାମଲାର ଘଟଣାକ୍ରମ

: ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ନେଭାଡାର ଲେକ୍‌ ଟାହୋରେ ଅନୁ୍‌ଷ୍ଠିତ ସେଲିବ୍ରିଟି ଗଲ୍ଫ ଟୁର୍ନାମେଣ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିବା କହିଥିଲେ।
: ଟ୍ରମ୍ପ୍‌ ତାଙ୍କୁ ଏକ ଶୋ’ରେ ସାମିଲ ଲାଗି ଆଲୋଚନା କରିବା ନିମନ୍ତେ ଲସ୍‌ ଆଞ୍ଜେଲସ୍‌ସ୍ଥିତ ବେଭେର୍ଲି ହିଲ୍ସ ହୋଟେଲଠାରେ ଥିବା ବଙ୍ଗଳାରେ ଭେଟିବାକୁ କହିଥିଲେ।
: ଡାନିଏଲ୍ସ ‘ଇନ୍‌ ଟଚ୍‌ ମାଗାଜିନ୍‌’କୁ ସାକ୍ଷାତ୍‌କାର ଦେଇ ଟ୍ରମ୍ପ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରିଥିଲେ।
ଜୁଲାଇ : ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରିପବ୍ଲିକାନ ପାର୍ଟିରୁ ମନୋନୀତ ହୋଇଥିଲେ।
ଅକ୍ଟୋବର : ଟ୍ରମ୍ପ୍‌ଙ୍କ ସହ ସମ୍ପର୍କ ଅଭିଯୋଗକୁ ପ୍ରଘଟ ନ କରିବା ପାଇଁ ତାଙ୍କର ତତ୍କାଳୀନ ଓକିଲ ମିଚେଲ କୋହେନ୍‌ ପର୍ନ ଷ୍ଟାରଙ୍କୁ ୧,୩୦,୦୦୦ ଡଲାର ପୈଠ କରିଥିଲେ ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ପ୍ରକାଶ କରିଥିଲା।
ନଭେମ୍ବର : ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେଲେ।
ଫେବୃୟାରୀ: ଡାନିଏଲ୍ସଙ୍କୁ କୋହେନ୍‌ ନିଜସ୍ବ ଅର୍ଥ ପୈଠ କରିଥବା ନ୍ୟୁୟର୍କ ଟାଇମ୍ସକୁ କହିଥିଲେ। ଏଥିପାଇଁ ଟ୍ରମ୍ପ୍‌ଙ୍କ କମ୍ପାନୀ କିମ୍ବା କ୍ୟାମ୍ପେନ୍‌ ତାଙ୍କୁ ଅର୍ଥ ପୈଠ କରିବା ଲାଗି ନିର୍ଦ୍ଦେଶ ଦେଇ ନ ଥିଲେ। ତେବେ ଡାନିଏଲ୍ସଙ୍କୁ ଟ୍ରମ୍ପ୍‌ ହସ୍‌ ମନି ପୈଠ କରିଥିବା ଜାନୁୟାରୀରେ ସାଧାରଣରେ ପ୍ରଘଟ ହୋଇଯାଇଥିଲା।
ଅଗଷ୍ଟ: ନିର୍ବାଚନ ପ୍ରଚାର ପାଣ୍ଠି ନିୟମର ଉଲ୍ଲଂଘନ କରି ହସ୍‌ ମନି ପୈଠ କରିଥିବା ଅଭିଯୋଗରେ କୋହେନ୍‌ ମାନ୍‌ହାଟ୍ଟନ୍‌ ଫେଡେରାଲ କୋର୍ଟରେ ଦୋଷ ସ୍ବୀକାର କରିଥିଲେ।
ଡିସେମ୍ବର: କୋହେନ୍‌ଙ୍କୁ ୩ ବର୍ଷ ଜେଲଦଣ୍ଡ ହୋଇଥିଲା।
ମେ’: କୋଭିଡ୍‌ ଯୋଗୁ କୋହେନ୍‌ଙ୍କୁ ଆଗୁଆ ଜେଲରୁ ମୁକ୍ତ କରାଯିବା ସହ ଅବଶିଷ୍ଟ ଅବଧି ଗୃହବନ୍ଦୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଡିସେମ୍ବର: ମାନହାଟ୍ଟନର ନ୍ୟୁୟର୍କ ଷ୍ଟେଟ୍‌ କୋର୍ଟରେ ଶୁଣାଣି ପରେ ଟ୍ରମ୍ପ୍‌ ଅର୍ଗାନାଇଜେଶନ ଟିକସ ଫାଙ୍କି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧.୬ ନିୟୁତ ଡଲାର ଜରିମାନା ଭରିଥିଲା।
ଜାନୁୟାରୀ: ୨୦୧୬ ହସ୍‌ ମନି ପୈଠ ମାମଲାରେ ଟ୍ରମ୍ପ୍‌ଙ୍କ ଭୂମିକା ଥିବା ନେଇ ଗ୍ରାଣ୍ଡ ଜୁରିରେ ପ୍ରମାଣ ଉପସ୍ଥାପନ କରାଯାଇଥିଲା।
ମାର୍ଚ୍ଚ: ଗ୍ରାଣ୍ଡ ଜୁରିରେ ବୟାନ ଦେବା ଲାଗି ଟ୍ରମ୍ପ ହାଜର ହେବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri