Posted inଜାତୀୟ

୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୦।୧୨ : ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଙ୍ଗଳବାର ରାଜ୍ୟ ସଭାରେ ନିଜ ଆସନରୁ ଉଠିବାକୁ ପଡିଛି। ସେ ଏମ୍‌ପିମାନଙ୍କୁ ମନେ ପକାଇବାକୁ କହିଥିଲେ ଯେ ଆମେ ଛୋଟପିଲା ନୁହେଁ। ଭାରତର ସ୍ବାଧୀନତାରେ ଆରଏସଏସର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ ନେତା ମଲିକାର୍ଜୁନ ଖାର୍ଗେଙ୍କ ମନ୍ତବ୍ୟ ନେଇ ଗୃହରେ ଜାରି ରହିଥିବା ହଟ୍ଟଗୋଳକୁ ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ଏଭଳି କହିଛନ୍ତି। ନିଜ ଆସନରେ ଉଠି ସେ ଛିଡ଼ା ହୋଇ ଗୃହର ମର୍ଯ୍ୟାଦା ରକ୍ଷା କରିବା ଜରୁରୀ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ କହିଛନ୍ତି ଯେ ଏଭଳି ହଟ୍ଟଗୋଳ କରି ଆମେ ଏକ ଖରାପ ଉଦାହରଣ ସୃଷ୍ଟି କରୁଛୁ। ଗୃହକୁ ନେଇ ଜନସାଧାରଣଙ୍କର ମୋହଭଙ୍ଗ ହେଉଛି।ଏହି ପ୍ରକାର ପ୍ରଦର୍ଶନ ଆମକୁ ବଦନାମ କରୁଛି।

ଆସନରୁ ଉଠି ଶାସକ ଦଳ ଏବଂ ବିରୋଧୀ ଦଳର ବେଞ୍ଚ ଆଡକୁ ହାତ ଦେଖାଇ ସେ ନିଜର ମତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ଅନେକ ଥର ’ଗୋଟିଏ ସେକେଣ୍ଡ, ଗୋଟିଏ ସେକେଣ୍ଡ’ କହିବାକୁ ପଡିଥିଲା। ତା’ପରେ ସେ କହିଥିଲେ, ଆସନରୁ ଯାହା କୁହାଯାଉଛି ତାହା ଆପଣମାନେ ଗ୍ରହଣ କରୁନାହାଁନ୍ତି, ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଆମ ପାଇଁ ଗୃହର ପରିବେଶ କେତେ ଯନ୍ତ୍ରଣାଦାୟକ ହୋଇଛି ତାହା ଆପଣମାନେ ଜାଣିବା ଜରୁରୀ। ମୋତେ ବିଶ୍ୱାସ କରନ୍ତୁ, ଦେଶର ୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି । ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଭାବୁଛନ୍ତି ଯେ ଆମର ରାଜନେତାମାନେ କେଉଁ ସ୍ତରକୁ ଛିଡା ହୋଇଛନ୍ତି।

ଭାଜପା ସଦସ୍ୟମାନେ ବିରୋଧୀଦଳର ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ରାଜସ୍ଥାନ ରାଲିରେ କରିଥିବା ଦାବିକୁ ନେଇ ହଟ୍ଟଗୋଳ ସମୟରେ ସଦସ୍ୟମାନଙ୍କୁ ଅନୁଶାସନ ଶିକ୍ଷା ଦେଇ ଧନକର କହିଥିଲେ, ଏହା ସମ୍ଭବତଃ ଉତ୍ତେଜିତ ଅବସ୍ଥାରେ ଗୃହର ବାହାରେ କିଛି କୁହାଯାଇଥିଲା। ଏପରି ବିବୃତ୍ତିର କୌଣସି ଆଧାର ଅଛି କି ନାହିଁ ତାହା ଅଜଣା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri