ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୨୮୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଜପତି ଏବଂ ସୁନ୍ଦରଗଡ଼ରୁ ୧୬ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ମୟୂରଭଞ୍ଜରୁ ୮ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୭, ବାଲେଶ୍ୱର ଏବଂ ଯାଜପୁରର ୬ ଜଣ ଲେଖାଏ, ଦେବଗଡ଼ , ଗଞ୍ଜାମ ଏବଂ ନବରଙ୍ଗପୁରରୁ ୫ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଅନୁଗୋଳରୁ ୪, ନୟାଗଡ଼ ୩, ବରଗଡ଼ , କୋରାପୁଟ , ନୂଆପଡ଼ା ଏବଂ ପୁରୀରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭଦ୍ରକ, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୨।