ଆଜି ରାଜ୍ୟରୁ ୧୩୪ ପଜିଟିଭ୍‌ ଚିହ୍ନଟ, କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ସୋମବାର ରାଜ୍ୟରେ ୧୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୯ ଏବଂ ପୁରୀରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୫, ବାଲେଶ୍ୱର ୯, ବରଗଡ଼ ୩, ବଲାଙ୍ଗୀର ୩, ବୌଦ୍ଧ ୨, କଟକ ୨, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୭, ଝାରସୁଗୁଡ଼ା ୧୨, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୩, ଖୋର୍ଦ୍ଧା ୫, ମୟୂରଭଞ୍ଜ ୪, ନୂଆପଡ଼ା ୧୧ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩, ୪୪୪ରେ ପହଞ୍ଚିଥିବା ବେଳେ ୩,୨୯,୫୪୬ ଜଣ ସୁସ୍ଥ ହୋଇଛନ୍ତି। ୧୯୪୪ ଜଣ ଚିକିତ୍ସିତ ହେଉଛନ୍ତି।