୨୩ରୁ ୧୩୩ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଝୁଲିବ ତାଲା : ସମୂହ ଛୁଟିରେ ଯିବେ କର୍ମୀ, ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା

ଗୁଡ଼ାରି, ୨୦ା୧୧ (ପ୍ରମୋଦ କୁମାର ପତି): ରାଜ୍ୟ ସଂଘର ନିଷ୍ପତ୍ତି ଓ ଜିଲା ସଂଘର ସହମତିକ୍ରମେ ଗୁଡ଼ାରି ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୩ ତାରିଖରୁ ସମୂହ ଛୁଟିରେ ଯିବେ। ଏ ନେଇ ଶୁକ୍ରବାର ଅପରାହ୍ନରେ ବ୍ଲକ ଅଙ୍ଗନଓ୍ୱାଡ଼ି କର୍ମୀ ସଂଘର ନେତ୍ରୀମାନେ ସମୂହ ଛୁଟି ଆବେଦନପତ୍ର ଗୁଡ଼ାରି ବିଡିଓ ଶୁଚିସ୍ମିତା ବେହେରା, ସିଡିପିଓ ଅନିତା ପାଣିଗ୍ରାହୀ ଏବଂ ସ୍ଥାନୀୟ ଥାନାରେ ପ୍ରଦାନ କରିଛନ୍ତି।

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ‘ଅଲ୍‌ ଓଡ଼ିଶା ଅଙ୍ଗନଓ୍ୱାଡ଼ି ଲେଡିଜ୍‌ ୱାର୍କର୍ସ ୟୁନିୟନ’ ବିଭିନ୍ନ ଦାବି ପୂରଣ ପାଇଁ ସରକାରଙ୍କୁ ଆହ୍ୱାନ ଦେଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୨୩ ତାରିଖରୁ କର୍ମୀମାନେ ସମୂହ ଛୁଟିରେ ଯିବେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ତାଲା ଝୁଲିବ ବୋଲି ବ୍ଲକ ଅଙ୍ଗନଓ୍ୱାଡ଼ି ସଂଘର ନେତ୍ରୀ ମୋହିନୀ ପାଲକା ସୂଚନା ଦେଇଛନ୍ତି।ବ୍ଲକର ମୋଟ ୧୩୩ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିବା ସହ ପ୍ରାୟ ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା ରହିଛି।

Dharitri – Odisha’s No.1 Odia Daily

 

Share