ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ଘରଭଙ୍ଗା ସହାୟତା ବାବଦରେ ଦୁଇଥର ୯୫ହଜାର ଲେଖାଏ ଟଙ୍କା ତହସିଲ ଅଫିସ ପକ୍ଷରୁ ପଠାଯାଇଛି। ହିତାଧିକାରୀ ଜଣକ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ତହସିଲ ପକ୍ଷରୁ ଯୋଗାଯୋଗ କରାଯିବାରୁ ସ୍ତ୍ରୀଙ୍କ ଚିକିତ୍ସା ବାବଦରେ ଉକ୍ତ ଟଙ୍କା ଖର୍ଚ୍ଚ କରିଦେଇଥିବା ସମ୍ପୃକ୍ତ ହିତାଧିକାରୀ କହିଥିଲେ। ଏହାକୁ ନେଇ ତହସିଲ ପ୍ରଶାସନ ଅଡୁଆରେ ପଡ଼ିଛି। ହାତଗୁଞ୍ଜା ନେଇ ଜଣଙ୍କ ଆକାଉଣ୍ଟକୁ ଦୁଇ ଥର ଟଙ୍କା ପଠାଯାଇଥିବା ଲୋକେ ଚର୍ଚ୍ଚା କରୁଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଭୁଲବଶତଃ ଏଭଳି ହୋଇଥିବା କୁହାଯାଇଛି। ତେବେ ଏହିସବୁ କଥା ଭିତରେ ଆଉ ଏକ ପ୍ରସଙ୍ଗ ଘଟଣାଟିକୁ ଅଧିକ ବିବାଦୀୟ କରିଛି। ତାହା ହେଉଛି ଫନୀ ଘର ଭଙ୍ଗା ବାବଦରେ ଆରଆଇମାନେ ଯେଉଁ କ୍ଷେତ୍ର ତଦନ୍ତ ରିପୋର୍ଟ ପଠାଇଥିଲେ, ସେ ସବୁକୁ ତହସିଲ ଅଫିସରେ ବଦଳା ଯାଇ ଏଭଳି ବେଆଇନ କାମ କରାଯାଉଛି। ଫଳରେ ଫନୀରେ ସର୍ବସ୍ବାନ୍ତ ହୋଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ଫାଇଦା ଉଠାଇଛନ୍ତି। ଉଦାହରଣ ଭାବେ ଜଣଙ୍କ ଆକାଉଣ୍ଟକୁ ଅଯାଚିତ ଭାବେ ଦୁଇଥର ଟଙ୍କା ପଠାଇବା ଘଟଣାରୁ ଏହା ପ୍ରମାଣିତ ହୋଇଛି। ମାହାଙ୍ଗା ତହସିଲର ଭାରପ୍ରାପ୍ତ ତହସିଲଦାର ଦିଲ୍ଲୀପ ନାୟକ କୁହନ୍ତି, ଯେଉଁ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଯାଇଛି, ତାଙ୍କୁ ଫେରାଇ ଦେବା ପାଇଁ କୁହାଯାଇଛି। ଯଦି ସେ ଏହି ଅର୍ଥ ଫେରସ୍ତ ନ କରନ୍ତି ତେବେ ଏଥିରେ ଯେଉଁ କର୍ମଚାରୀ ସମ୍ପୃକ୍ତ ଥିବେ ସେ ଉତ୍ତରଦାୟୀ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri