୧୬ ଜିଲାରୁ ୧୩ ହଜାର ଶିଶୁ ଶ୍ରମିକ ଚିହ୍ନଟ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟର ୧୬ ଜିଲାରୁ ୧୩,୬୨୦ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି। ୨୦୧୬ରୁ ୧୦୧୮ ମଧ୍ୟରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଜରିଆରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶୁଶାନ୍ତ ସିଂ ଭାଜପା ସଭ୍ୟ ନାଉରୀ ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୧୬ ଜିଲାରୁ ଚିହ୍ନଟ କରାଯାଇଥିବା ଶିଶୁ ଶ୍ରମିକ ମଧ୍ୟରୁ ୭,୨୩୫ ଜଣ ପୁଅ ହୋଇଥିବା ବେଳେ ୬.୩୮୫ ଜଣ ଝିଅ ରହିଛନ୍ତି। କଳାହାଣ୍ଡି ଜିଲାରେ ସର୍ବାଧିକ ୨୫୩୬ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରେ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡ଼ରେ ୧୮୭୫, ସୁନ୍ଦରଗଡ଼ ୧୩୫୧, ଗଜପତି ୯୯୯ , କଟକ ୮୯୦, କେନ୍ଦୁଝର ୮୧୬, ଗଞ୍ଜାମ ୬୯୩, ଖୋର୍ଦ୍ଧା ୬୭୧, ଢେଙ୍କାନାଳ ୬୫୭, ନୂଆପଡ଼ା ୩୭୯, ସମ୍ବଲପୁର ୩୫୧, ନୟାଗଡ଼ ୨୬୮ ଏବଂ ଝାରସୁଗୁଡାରେ ୨୩୬ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି।