୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମଞ୍ଜୁରୀପ୍ରାପ୍ତ ମୋଟ ୧୩ ଡାକ୍ତର ପଦବୀରୁ ୧୨ ପଦବୀ ଫାଙ୍କା ରହିଛି। କେବଳ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଛନ୍ତି। ଶିଶୁ, ସର୍ଜରୀ, ଭେଷଜ ଓ ଦନ୍ତ ରୋଗ ବିଶେଷଜ୍ଞଙ୍କ ସମେତ ୫ଜଣ ଏମବିବିଏସ ଡାକ୍ତର ପଦ ଖାଲି ପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା। ମାତ୍ର ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ସେହିପରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣ ଷ୍ଟାଫନର୍ସ, ୨ଜଣ ମହିଳା ସ୍ବାସ୍ଥ୍ୟକର୍ମୀ, ୫ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ, ୨ଜଣ ଫାର୍ମାସିଷ୍ଟ ଓ ୬ଜଣ ସୁଇପର ପଦ ଖାଲି ଅଛି। ବ୍ଲକର ବାଙ୍କିଘିର୍ଡି, ଶଙ୍କରା ଓ ମହାଦେବପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ ରହିଛି। ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ନୂଆ କୋଠା ଓ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ବିନିକା ସହର ଓ ବ୍ଳକର ପ୍ରାୟ ୨ଲକ୍ଷ ଜନସାଧାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ରୋଗୀମାନେ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ମାତ୍ର ଡାକ୍ତର ଅଭାବରୁ ସେମାନଙ୍କୁ ସୁବର୍ଣ୍ଣପୁର, ବୁର୍ଲା ଓ ବଲାଙ୍ଗୀରକୁ ରେଫର କରାଯାଉଛି। ସ୍ଥିତିକୁ ଅନୁଧ୍ୟାନ କଲେ ଅଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସ୍ପଷ୍ଟ ହେଉଛି। ଏଥିପାଇଁ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନେ ଚିକିତ୍ସା ନାଁରେ ସରଳ ଲୋକଙ୍କୁ ଠକୁଛନ୍ତି। ଅନ୍ୟପକ୍ଷେ ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗରିବ ଲୋକ କ୍ଲିନିକ୍‌କୁ ଯାଇ ଆଥିର୍ତ୍କ ଶୋଷଣର ଶିକାର ହେଉଛି। ନିକଟରେ ପ୍ରାକ୍ତନ ବିନିକା ବିଧାୟକ ତଥା ଏବର ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ବିନିକା ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଭଣ୍ଡାର, ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଓ ଶଯ୍ୟା ସଂଖ୍ୟା ୬୦କୁ ବୃଦ୍ଧି ତଥା ଡାକ୍ତର ସମସ୍ୟା ଦୂର ପାଇଁ ଅଞ୍ଚଳବାସୀ ଆଶା ରଖିଛନ୍ତି ।

ଜନସାଧାରଣ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗରିବ ଲୋକ ରୋଗରେ ପଡି ହୀନସ୍ତା ହେଉଛି। ମାତ୍ର ରାଜ୍ୟ ସରକାରଙ୍କର ସେଥିପ୍ରତି ଦୃଷ୍ଟି ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ଏ ସମ୍ପର୍କରେ ନୀରବତା ଅବଲମ୍ବନ କରୁଛନ୍ତି। ଶୀଘ୍ର ଡାକ୍ତର ପଦବୀ ପୂରଣ ନ ହେଲେ ବିଧାୟକ ଓ ମନ୍ତ୍ରୀଙ୍କୁ ବିରୋଧ କରାଯିବ।
-ପ୍ରଶାନ୍ତ କୁମାର ଡନସେନା, ଆଇନଜୀବୀ

ବିନିକା ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ଓ କର୍ମଚାରୀ ନାହାନ୍ତି। ସାଧାରଣ ରୋଗ ପାଇଁ ଚିକିତ୍ସା ମିଳୁନି। ଏହା ଜନସାଧାରଣଙ୍କୁ ବ୍ୟଥିତ କରିଛି। ବିନିକା ହେଉଛି ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର। ତାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଗଲେ କିଛି ସୁଫଳ ମିଳି ପାରନ୍ତା ।
-ଶୀତଳ ପ୍ରସାଦ ମହାକୁଡ, ବରିଷ୍ଠ ନାଗରିକ

ସ୍ବାସ୍ଥ୍ୟକେନ୍ଦ୍ରରେ ମାନବ ସମ୍ବଳର ଅଭାବ । କଂଗ୍ରେସ ସରକାର ସମୟରେ ଯେଉଁ ପଦବୀ ସୃଷ୍ଟି ହୋଇଥିଲା ସେଥିରେ ଏ ପର୍ଯ୍ୟନ୍ତ କାମ ଚାଲିଛି । ଲୋକସଂଖ୍ୟା ଦୃଷ୍ଟିରୁ ବିନିକା ଡାକ୍ତରଖାନାରେ ୩୩ ଜଣ ଡାକ୍ତର ରହିବ କଥା । ମାତ୍ର ସରକାର ଜଣେ ଡାକ୍ତରଙ୍କୁ ନିଯୁକ୍ତି ନେଇ ସ୍ବାସ୍ଥ୍ୟସେବାର ଉନ୍ନତି କଥା କହୁଛନ୍ତି । ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବ ।
-ରାମ ଗୋପାଳ ହୋତା, ଜିଲା ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri