Posted inଜାତୀୟ

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର ଠକେଇ କରି ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଆପାର୍ଟମେଣ୍ଟ ଉପହାରରେ ଦେଇଛନ୍ତି। ଛତ୍ରପତି ଶମ୍ଭାଜୀନଗର ଡିଭିଜ୍‌ନାଲ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଚୁକ୍ତି ଭିତ୍ତିରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟରତ ହର୍ଷଲ ଏହି ଠକେଇ କରି ଗତ ୫ ମାସ ହେବ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଉପଭୋଗ କରୁଥିଲେ।
ହର୍ଷଲ ଜଣେ ସହଯୋଗୀଙ୍କ ସହ ମିଶି ଇଣ୍ଟରନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ଡିଭିଜ୍‌ନାଲ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରୁ ଏହି ଠକେଇ କରିଥିବା ପୋଲିସ କହିଛି। ପୋଲିସ ଗୁରୁବାର ହର୍ଷଲଙ୍କ ସହଯୋଗୀ ଯଶୋଦା ଶେଟ୍ଟୀ ଓ ତାଙ୍କ ସ୍ବାମୀ ବି.କେ. ଜୀବନଙ୍କୁ ଗିରଫ କରିଛି। ହର୍ଷଲ ଏବେ ଫେରାର୍‌ ଥିବାବେଳେ ପୋଲିସ ତାଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଛି। ତେବେ ଏହି ମାମଲାରେ ଅନ୍ୟ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି।
ପୋଲିସ କହିଛି, ହର୍ଷଲ ପ୍ରଥମେ କ୍ରୀଡ଼ା ବିଭାଗର ପୁରୁଣା ଲେଟର ହେଡ୍‌କୁ ବ୍ୟବହାର କରି ଶମ୍ଭାଜୀନଗର ଡିଭିଜ୍‌ନାଲ ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଇ-ମେଲ ଠିକଣାକୁ ବଦଳାଇବା ପାଇଁ ବ୍ୟାଙ୍କକୁ ଅନୁରୋଧ କରିଥିଲେ। ଏନେଇ ବ୍ୟାଙ୍କଠାରୁ ଅନୁମତି ପାଇବା ପରେ ସେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ପୁରୁଣା ଇ-ମେଲରେ ମାତ୍ର ଗୋଟିଏ ଅକ୍ଷର ପରିବର୍ତ୍ତନ କରି ଅବିକଳ ନୂତନ ଇ-ମେଲ ଆଇଡି ପ୍ରସ୍ତୁତ କରିଥିଲେ। ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ବ୍ୟାଙ୍କ୍‌ ଆକାଉଣ୍ଟ ସହ ନୂଆ ଇ-ମେଲ ଆଇଡି ସଂଯୋଗ ଥିବାରୁ ଟଙ୍କା ନେଣଦେଣ ପାଇଁ ଆବଶ୍ୟକ ଓଟିପି ହର୍ଷଲଙ୍କ ନିକଟକୁ ଆସିଥିଲା। ଏହାପରେ ସେ ନୂତନ ଇ-ମେଲ ଆଇଡି ସହ ଡିଜିଟାଲ ସ୍ପୋର୍ଟସ କମ୍ପ୍ଲେକ୍ସ କମିଟିର ଆକାଉଣ୍ଟରେ ସକ୍ରିୟ ନେଟ୍‌ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଥିଲେ। ଗତ ଜୁଲାଇ ୧ରୁ ୭ ମଧ୍ୟରେ ହର୍ଷଲ ନିଜର ଏବଂ ଅନ୍ୟ ୧୨ ବ୍ୟାଙ୍କ ଆକାଉଣ୍ଟକୁ ୨୧.୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ଏଥିମଧ୍ୟରୁ ଗୋଟିଏ ଆକାଉଣ୍ଟଙ୍କୁ ୩ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା।
ଏହି ଟଙ୍କାରେ ହର୍ଷଲ ନିଜ ପାଇଁ ୧.୨ କୋଟି ଟଙ୍କାର ବିଏମ୍‌ଡବ୍ଲ୍ୟୁ କାର୍‌, ୧.୩ କୋଟି ଟଙ୍କାର ଏସ୍‌ୟୁଭି କାର୍‌, ୩୨ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ ମୋଟର ସାଇକେଲ କିଣିଥିଲେ। ସେହିପରି ଛତ୍ରପତି ଶମ୍ଭାଜୀ ନଗର ଏୟାରପୋର୍ଟ ନିକଟରେ ହର୍ଷଲ ଏକ ବିଳାସପୂର୍ଣ୍ଣ ୪ ବିଏଚ୍‌କେ ଆପାର୍ଟମେଣ୍ଟ କିଣିଥିଲେ। ଏହି ଆପାର୍ଟମେଣ୍ଟକୁ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଉପହାରରେ ଦେଇଥିଲେ ବୋଲି ପୋଲିସ କହିଛି। ଗୁରୁବାର ପୋଲିସ ହର୍ଷଲଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌ ଓ ବାଇକ୍‌କୁ ଜବତ କରିଛି। ସେହିପରି ତାଙ୍କ ୪ ବିଏଚ୍‌କେ ଆପାର୍ଟମେଣ୍ଟରେ ପୋଲିସ ଚଢ଼ାଉ କରି ତଦନ୍ତ ଜାରି ରଖିଛି। ଘଟଣା ସହ ଜଡ଼ିତ ଲୋକଙ୍କ ସହ ମଧ୍ୟ ପୋଲିସ ପଚରାଉଚରା ଜାରି ରହିଛି। ପ୍ରକାଶ ଯେ, କ୍ରୀଡ଼ା ବିଭାଗ ଅଧିକାରୀ ଦୀପକ କୁଲକର୍ନି ଜବାହର ନଗର ଥାନାରେ ଅଭିଯୋଗ କରିବା ପରେ ଏହି ଦୁର୍ନୀତି ମାମଲା ସାମ୍‌ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?