୭ ଦିନରେ ୧୩ ଲକ୍ଷ କୋଟିର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧୨।୪: ବିଗତ ୭ ଦିନ (୭ କାର୍ଯ୍ୟ ଦିବସ) ମଧ୍ୟରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା (୧୨,୫୬,୫୧୦.୫୯ ଟଙ୍କା)ର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି କ୍ରମାଗତ ଭାବେ ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ଏବଂ ଅଟୋ ଶେୟାରର ଡିମାଣ୍ଡ ଏବଂ ଗ୍ଲୋବାଲ ଟ୍ରେଣ୍ଡ ଯୋଗୁ ଏଭଳି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ବେଳେ ମାର୍ଚ୍ଚ ମାସରେ କମ୍ପାନୀଗୁଡ଼ିକର ଆୟ ଭଲ ରହିବା ଯୋଗୁ ଘରୋଇ ପୁଞ୍ଜିବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅପରପକ୍ଷରେ ମଙ୍ଗଳବାର ଶେୟାର ବଜାର କାରବାର ବୃଦ୍ଧି ଘଟିଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ୩୦ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୩୧୧.୨୧ ପଏଣ୍ଟ ବୃଦ୍ଧି ଘଟି ୬୦,୧୫୭.୭୨ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ୫୦ ଶେୟାର ବିଶିଷ୍ଟ ନିଫ୍ଟି ୯୮.୨୫ ପଏଣ୍ଟ ବଢ଼ି ୧୭,୭୨୨.୩୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବ୍ରଡ୍‌ ମାର୍କେଟରେ ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲ୍‌କ୍ୟାପ୍‌ ସୂଚକାଙ୍କ ଯଥାକ୍ରମେ ୦.୭୮% ଏବଂ ୦.୪୦ % ବୃଦ୍ଧି ସହ କାରବାର ବନ୍ଦ ହୋଇଛି। ଏହି ବୃଦ୍ଧି ଯୋଗୁ ଘରୋଇ ପୁଞ୍ଜି ବଜାର ନିବେଶକଙ୍କ ସମ୍ପତ୍ତି ଦିନକ ମଧ୍ୟରେ ପ୍ରାୟ ୧.୩୮ ଲକ୍ଷ କୋଟି ଟଙ୍କା ବଢ଼ିଛି। ବିଶେଷକରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ମଙ୍ଗଳବାର ୨,୬୪, ୫୧, ୦୬୯.୯୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ସୋମବାର ଏହାର ପରିମାଣ ପ୍ରାୟ ୨,୬୩.୧୩ ଲକ୍ଷ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବଜାର କାରବାରରେ ସବୁଠୁ ଅଧିକ କାରବାର ବ୍ୟାଙ୍କିଙ୍ଗ୍‌, ମେଟାଲ, ଅଟୋ, ଅଏଲ ଆଣ୍ଡ ଗ୍ୟାସ୍‌, ପାୱାର ଏବଂ ଫାଇନାନ୍ସିଆଲ ଶେୟାର ଆଦିରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଆଇଟି ଏବଂ ଟେକ୍‌ ଭଳି ଶେୟାରଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଲଗାତର ସପ୍ତମ ଦିନର କାରବାର ବୃଦ୍ଧି ସହ ଶେୟାର ବଜାର ପ୍ରାୟ ୧ ମାସ ପରେ ପୁଣି ଥରେ ୬୦,୦୦୦ ଅଙ୍କ ପାରକରିଛି। ଅପରପକ୍ଷରେ ନିଫ୍ଟିରେ ମଧ୍ୟ ପ୍ରାୟ ୧୮,୦୦୦ (୧୭,୭୨୨.୩୦) ଅଙ୍କରେ ବଜାର ବନ୍ଦ ହୋଇଛି। ଏପରିକି ବିଗତ ୭ ଦିନ ମଧ୍ୟରେ ସେନ୍‌ସେକ୍ସ ପ୍ରାୟ ୨୫୪୪ ପଏଣ୍ଟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri