ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର ୨ ଦିନରେ ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୧୨୮ଟି ଗାଈଗୋରୁ ଉଦ୍ଧାର କରିଛି। ଏନେଇ ପୋଲିସ ରବିବାର ଏକ ମାମଲା ରୁଜୁ କରି ଜଣକୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିଲା। ସୋମବାର ଆଉ ଏକ ମାମଲା ରୁଜୁ କରି ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଞ୍ଜନଗର ପୋଲିସ ବେଆଇନ ଗୋଚାଲାଣ ଉପରେ ଜୋରଦାର ଚଢାଉ କରିଛି । ଫଳରେ ଗାଈଗୋରୁ ବ୍ୟବସାୟୀମାନେ ଆତଙ୍କିତ ହୋଇପଡିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲାରୁ ଅନେକ ଗାଈଗୋରୁ ବେଆଇନ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାର କଂସାରିଖାନାକୁ ଚାଲାଣ ହେଉଛି। ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ହେଉଛି। କିନ୍ତୁ ପୋଲିସ ପ୍ରଶାସନ ଏନେଇ ବିଗତ ଦିନରେ କଡ଼ା ପଦକ୍ଷେପ ନେବାରେ ବିଫଳ ହେଉଛି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଅବାଧରେ ଗୋଚାଲାଣ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଶନିବାର ରାତିରେ କନ୍ଧମାଳ ଜିଲାରୁ ୭୦ ଗାଈ ଧରି ବ୍ୟବସାୟୀମାନେ ସୋରଡ଼ା ଥାନା ଅନ୍ତର୍ଗତ ଜୟସିଂ ନେଉଥିଲେ। ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ହୋଇଥାନ୍ତା। କିନ୍ତୁ ଭଞ୍ଜନଗର ନିକଟସ୍ଥ ନିଧିଆପଲ୍ଲିଠାରେ କିଛି ସାଧୁସନ୍ଥ ବେଆଇନ ଗୋ ଚାଲାଣ ନେଇ ଦେଖିବା ପରେ ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନାଙ୍କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଈଗୋରୁଙ୍କୁ ଉଦ୍ଧାର କରି କରଚୁଲି ଆଶ୍ରମରେ ନେଇ ଛାଡିଥିଲା। ଏହି ମାମଲାରେ ଜଣକୁ ଗିରଫ କରାଯାଇଥିଲା। ସୋମବାର ପ୍ରତ୍ୟୁଷରେ ୫୮ ଗାଈ ଗୋରୁ ଧରି ୫ ଜଣ ଅଭିଯୁକ୍ତ କନ୍ଧମାଳ ଜିଲାରୁ ଡହ ରାସ୍ତା ଦେଇ ସୋରଡ଼ା ଅଭିମୁଖେ ଯାଉଥିଲେ। ଏନେଇ ପୋଲିସ ସୂଚନା ପାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ଉଦ୍ଧାର ଗାଈଗୋରଙ୍କୁ କରଚୁଲି ଆଶ୍ରମରେ ନେଇ ଛଡ଼ାଯାଇଛି। ଗିରଫ ୫ ଅଭିଯୁକ୍ତ କୁଲାଙ୍ଗୀ ଓ ଲାଠିପଡ଼ା ଗ୍ରାମର। ପୋଲିସର ଆଭିମୁଖ୍ୟକୁ ନେଇ ଗୋ ମାତା ପ୍ରେମୀ ଖୁସିବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri