ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧି

କଟକ,୧୪।୭ (କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍‌ ପର୍ଯ୍ୟନ୍ତ ମାମଲାଗୁଡ଼ିକର ବିଚାର ଓ ଫଇସଲାରେ ରେକର୍ଡ ସଂଖ୍ୟକ ଫଳ ପ୍ରଦର୍ଶନ କରିଛି। ୨୦୨୧ ଓ ୨୦୨୨ ବର୍ଷ ତୁଳନାରେ ୨୦୨୩ରେ ଅଦ୍ୟାବଧି ବିଚାର ବିଭାଗରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବା ଜଣାପଡ଼ିଛି। ହାଇକୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ଇ-କୋର୍ଟ, ଇ-ଫାଇଲିଂ ଆଦି ବ୍ୟବସ୍ଥା ଦ୍ୱାରା ଉଭୟ ହାଇକୋର୍ଟ ଓ ଜିଲା କୋର୍ଟଗୁଡ଼ିକରେ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ ମାମଲା ଫଇସଲା ହାର ବୃଦ୍ଧି ପାଇ ପଡ଼ିରହିଥିବା ମାମଲା ସଂଖ୍ୟା ବହୁ ଭାବେ ହ୍ରାସ ପାଇଥିବା ହାଇକୋର୍ଟ ପକ୍ଷରୁ ପ୍ରଦତ୍ତ ପ୍ରେସ୍‌ ଇସ୍ତାହାରରୁ ଜଣାଯାଇଛି।
୨୦୨୩ର ପ୍ରଥମାର୍ଦ୍ଧରେ ୧୩୬୮ଟି ରାୟ ପ୍ରକାଶ ପାଇଥିବା ବେଳେ ୨୦୨୧ରେ ୩୪୧ ଓ ୨୦୨୨ରେ ୯୮୨ଟି ରାୟ ପ୍ରକାଶ ପାଇଥିଲା। ୨୦୨୧ରେ ୪୨,୨୭୮ଟି ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୩୯,୨୫୯ଟି ଫଇସଲା ହୋଇଥିଲା। ସେହିପରି ୨୦୨୨ରେ ୫୩,୧୫୫ଟି ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୫୯,୮୫୦ଟି ମାମଲା ଫଇସଲା ହୋଇଥିଲା। ହେଲେ ୨୦୨୩ ଜୁନ୍‌ ଯାଏ ୪୯,୬୩୫ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୬୨,୮୬୯ଟି ମାମଲା ଫଇସଲା ହୋଇଛି। ଫଳରେ ମାମଲା ଫଇସଲା ହାର ୨୦୨୧ରେ ୯୨.୮୫%, ୨୦୨୨ରେ ୧୧୨.୫୯% ହୋଇଥିବା ବେଳେ ୨୦୨୩ ପ୍ରଥମାର୍ଦ୍ଧରେ ୧୨୬.୬୬% ହୋଇଛି। ମାମଲା ଫଇସଲା ହାର ବୃଦ୍ଧି ପାଇବା କାରଣରୁ ବିଚାର ନହୋଇ ପଡ଼ିରହିଥିବା ମାମଲା ସଂଖ୍ୟା ବହୁ ଭାବେ ହ୍ରାସ ପାଇଛି। ୨୦୨୨ ଜୁନ୍‌ରେ ପଡ଼ିରହିଥିବା ମାମଲା ସଂଖ୍ୟା ୧,୮୯,୮୪୭ ଥିବା ବେଳେ ୨୦୨୩ ଜୁନ୍‌ ୩୦ରେ ଏହି ସଂଖ୍ୟା ୧,୪୬,୫୮୨ ହୋଇଛି। ହାଇକୋର୍ଟ ପକ୍ଷରୁ ନିଆଯାଇଥିବା ଇ-ପଦକ୍ଷେପଗୁଡ଼ିକ ଯୋଗୁ ଏସବୁ ସମ୍ଭବ ହୋଇପାରିଛି। କୋର୍ଟର କାର୍ଯ୍ୟ ଦିବସ ନଷ୍ଟ ନହୋଇ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି।
ସେହିପରି ଜିଲାର କୋର୍ଟଗୁଡ଼ିକରେ ମଧ୍ୟ ମାମଲା ଫଇସଲାର ହାର ବୃଦ୍ଧି ପାଇଛି। ୨୦୨୧ରେ ୧,୮୯,୩୧୫ ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୯୦,୨୩୮ ମାମଲା ଫଇସଲା ହୋଇଥିଲା। ୨୦୨୨ରେ ୨,୩୫,୬୨୦ ମାମଲା ପଞ୍ଜୀକରଣ ହୋଇଥିବାବେଳେ ୧,୫୫,୭୧୨ ମାମଲା ଫଇସଲା ହୋଇଥିଲା। ହେଲେ ୨୦୨୩ ଜୁନ୍‌ ବେଳକୁ ୨,୩୨,୩୬୩ ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୨,୦୨,୨୧୦ ମାମଲା ଫଇସଲା ହୋଇଥିବା ଜଣାଯାଇଛି। ସେହିପରି ଜିଲାର କୋର୍ଟଗୁଡ଼ିକରେ ୨୦୨୧ରେ ୩୬,୪୦୩ଟି, ୨୦୨୨ରେ ୬୦,୬୩୨ଟି ରାୟ ପ୍ରଦାନ ହୋଇଥିବା ବେଳେ ୨୦୨୩ ଜୁନ୍‌ ସୁଦ୍ଧା ୭୧,୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି। ଏଥିସହ ବିଚାର ନ ହୋଇ ପଡ଼ିରହିଥିବା ମାମଲା ସଂଖ୍ୟା ୨୦୨୨ ଜୁନ୍‌ରେ ୧୮,୬୮,୮୯୭ ଥିବା ବେଳେ ୨୦୨୩ ଜୁନ୍‌ରେ ଏହା ୧୮,୫୬,୨୫୩କୁ ହ୍ରାସ ପାଇଛି। ସେହିପରି ବିଭିନ୍ନ କାରଣରୁ କାର୍ଯ୍ୟ ଦିବସ ନଷ୍ଟ ୨୦୨୧ ଓ ୨୦୨୨ ତୁଳନାରେ ୨୦୨୩ରେ ନଗଣ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri