Posted inଫୁରସତ

ମାଛ, ମାଂସଠାରୁ ବି ମହଙ୍ଗା ଏହି ପରିବା, ବଜାରକୁ ଆସିବା ମାତ୍ରେ ମିନିଟରେ ହୋଇଯାଏ ବିକ୍ରି

ଝାଡଖଣ୍ଡ ଏବଂ ଛତିଶଗଡରେ ବର୍ଷା ଦିନେ ଏକ ପରିବା ବହୁ ମାତ୍ରାରେ ବିକ୍ରି ହୋଇଥାଏ। ଏବେ ଏହାକୁ ଦେଶର ସବୁଠୁ ମହଙ୍ଗା ପରିବା ବୋଲି କୁହାଯାଉଛି। ଏହି ପରିବାର ମୂଲ୍ୟ କିଲୋ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି। ଯାହାକି ମାଉ ମାଂସ ମୂଲ୍ୟଠାରୁ ମଧ୍ୟ ଅଧିକ। ଏହି ପରିବାର ନାଁ ହେଉଛି ଖୁଖାଡି। ବଜାରକୁ ଆସିବା ମାତ୍ରେ କିଛି ମିନିଟ ମଧ୍ୟରେ ବିକ୍ରି ହୋଇଯାଏ। ଏହି ପରିବାରୁ ପ୍ରଚୁର ପ୍ରୋଟିନ ମିଳିଥାଏ।
ଛତିଶଗଡରେ ଏହାକୁ ଖୁଖାଡି କୁହାଯାଏ। ଝାଡ଼ଖଣ୍ଡରେ ଏହାକୁ ରୁଗଡା କୁହାଯାଏ। ଏହା ଏକ ଛତୁ ଜାତୀୟ ପରିବା। ଏହା ପ୍ରକୃତିକ ଭାବେ ଜଙ୍ଗଲରେ ଫଳିଥାଏ। ଏହି ପରିବାକୁ ଦୁଇ ଦିନ ମଧ୍ୟରେ ରାନ୍ଧିବାକୁ ପଡିବ। ନଚେତ୍‌ ଏହା ଅଦରକାରୀ ହୋଇଯାଏ। ଛତିଶଗଡର ବଳରାମପୁର, ସୁରଜପୁର, ସୁରଗୁଜାରେ ବର୍ଷା ଦିନେ ଏହି ପରିବା ଫଳିଥାଏ। ଦୁଇମାସ ଧରି ଫଳୁଥିବା ଏହି ଖୁଖାଡିର ଚାହିଦା ଏତେ ବଢିଯାଏ ଯେ ଜଙ୍ଗଲରେ ରହୁଥିବା ଗ୍ରାମବାସୀ ଏହାକୁ ସଂରକ୍ଷଣ କରନ୍ତି। ଛତିଶଗଡର ଅମ୍ବିକାପୁର ସମେତ ଅନ୍ୟାନ୍ୟ ସହରାଞ୍ଚଳର ଲୋକମାନେ ଏହାକୁ କମ ମୂଲ୍ୟରେ କିଣୁଛନ୍ତି ଏବଂ ଏହାକୁ କିଲୋ ପିଛା ୧୦୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତି ପାଇଁ ଖୁଖାଡି ବ୍ୟବହୃତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri