Posted inଜାତୀୟ

ଫାଶୀ ଦିଆଯିବାର ଦୃଶ୍ୟ ରିହର୍ସାଲ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଚିତ୍ରଦୁର୍ଗ,୩୧।୧୦: ସ୍କୁଲରେ ହେବାକୁ ଥିବା ନାଟକ ଭଗତ୍‌ ସିଂଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ କର୍ନାଟକ ଚିତ୍ରଦୁର୍ଗ ଜିଲାରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଏଥିରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଞ୍ଜୟ ଗୌଡ଼ା(୧୨)

ସୂଚନା ଯୋଗ୍ୟ, ନଭେମ୍ବର ୧ରେ କନ୍ନଡ ରାଜ୍ୟ ଉତ୍ସବ ଅବସରରେ ଚିତ୍ରଦୁର୍ଗ ଜିଲାର ଏକ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ଏନେଇ ଛାତ୍ର ସଞ୍ଜୟ ସଂଗ୍ରାମୀ ଭଗତ ସିଂଙ୍କ ଜୀବନୀ ଉପରେ ଅଭିନୟ କରିବା ପାଇଁ ଭାଗ ନେଇଥିଲେ। ଏପରିକି ସ୍କୁଲରେ ମଧ୍ୟ ରିହର୍ସାଲ କରାଯାଉଥିଲା। ହେଲେ ରବିବାର ଘରେ ଏକାକୀ ଥିବା ବେଳେ ସଞ୍ଜୟ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିଲେ।

ଅନ୍ୟପକ୍ଷେ ସଞ୍ଜୟଙ୍କ ମା’, ବାପା ତାଙ୍କ ହୋଟେଲରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସଞ୍ଜୟଙ୍କ ମା’ ଘରକୁ ଆସି କବାଟ ଖୋଳିବାକୁ ଡାକିଥିଲେ। ହେଲେ ସଞ୍ଜୟ କୌଣସି ଉତ୍ତର ଦେଇ ନ ଥିଲେ। ଘର ଝରକା ପଟେ ଦେଖିଲା ବେଳକୁ ସଞ୍ଜୟ ପଙ୍ଖାରେ ଫାଶୀ ଲଗାଇ ଓହଳି ଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟଙ୍କ ବାପା ଥାନାରେ କରିଥିବା ଅଭିଯୋଗ ମୁତାବକ, ରାଜ୍ୟ ଉତ୍ସବ ପାଳନ ନିମନ୍ତେ ସ୍କୁଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଞ୍ଜୟ ଭଗତ୍‌ ସିଂଙ୍କ ଭୂମିକାରେ ଅଭିନୟ କରିଥାଆନ୍ତେ। ହେଲେ ଅଭିନୟ ନେଇ ଅଭ୍ୟାସ ବେଳେ ଏଭଳି ଘଟଣା ଘଟିଥିବା କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri