Posted inଫୁରସତ

୧୦ ବର୍ଷ ହେବ କେବଳ ବ୍ରେଡ୍‌, ଦହି ଖାଉଛନ୍ତି ୧୨ ବର୍ଷୀୟ ବାଳକ: ଆଉ କିଛି ଖାଦ୍ୟ ଦେଖିଲେ…

ଦୁନିଆରେ ଅନେକ ରୋଗ ଅଛି, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ବିଚିତ୍ର ଅଟେ। ଜଣେ ୧୨ ବର୍ଷର ବାଳକ ଏପରି ଏକ ଅଜବ ରୋଗ ସହିତ ଲଢୁଛନ୍ତି। ଏହି କାରଣରୁ ସେ ଜଣେ ସାଧାରଣ ପିଲା ପରି ସବୁ ପ୍ରକାର ଖାଦ୍ୟ ଖାଇପାରୁ ନାହାନ୍ତି। ସେ କେବଳ ବ୍ରେଡ୍‌ ଏବଂ ଦହି ଖାଉଛନ୍ତି। ଏହି ଦୁଇଟି ଖାଦ୍ୟ ଛଡା ତୃତୀୟ ଖାଦ୍ୟ ଯଦି ତାଙ୍କୁ ଖାଇବାକୁ ଦିଆଯାଉଛି ତେବେ ସେ କାନ୍ଦିବା ଆରମ୍ଭ କରିଦେଉଛନ୍ତି। ବାଳକଙ୍କ ମାତାପିତା ଅନେକ ପୁଷ୍ଟିକର ଖାଦ୍ୟ ତାଙ୍କୁ ଖାଇବାକୁ ଦେଉଛନ୍ତି କିନ୍ତୁ ସେ କେବଳ ବ୍ରେଡ ଏବଂ ଦହି ଖାଉଛନ୍ତି। ୟୁନାଇଟେଡ୍‌ କିଙ୍ଗଡମ୍‌ର ନରଫୋକ ସିଟିରେ ରହୁଥିବା ୧୨ ବର୍ଷୀୟ ଆଷ୍ଟନ ଫିଶରଙ୍କ ଖାଦ୍ୟକୁ ନେଇ ତାଙ୍କ ମାତାପିତା ବେଶ୍‌ ଚିନ୍ତିତ। ବୟସ ବଢିବା ସହ ଆଷ୍ଟନ ସାଧାରଣ ପିଲାଙ୍କ ପରି ସବୁ ଜିନିଷ ନ ଖାଇବାରୁ ତାଙ୍କ ମାତାପିତା ଡାକ୍ତରଙ୍କ ପରାମର୍ଶ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଆଷ୍ଟନଙ୍କୁ ଫୁଡ ଫୋବିଆ ନାମକ ଏକ ରୋଗ ଅଛି। ଫଳରେ ସେ ଅନ୍ୟ ଖାଦ୍ୟକୁ ପସନ୍ଦ କରୁନାହାନ୍ତି। ତାଙ୍କ ମା’ କାରା କହିଛନ୍ତି, ଗତ ମାସରେ ଆଷ୍ଟନଙ୍କୁ ଇଟିଙ୍ଗ୍‌ ଡିସଅର୍ଡର ସ୍ପେଶାଲିଷ୍ଟଙ୍କ ପାଖକୁ ନିଆଯାଇଥିଲା। ସେଠାରୁ ଜଣାପଡିଥିଲା ଯେ, ସେ ଖାଦ୍ୟ ଖାଇବାକୁ ଭୟ କରୁଛନ୍ତି। ଇଟିଙ୍ଗ୍‌ ଡିସଅର୍ଡର ସ୍ପେଶାଲିଷ୍ଟ ପ୍ରକାଶ କରିଛନ୍ତି ଯେ, ଏଷ୍ଟନଙ୍କ Avoidant Restrictive Food Intake Disorder (ARFID)ଅଛି। ଏହିକାରଣରୁ ଆଷ୍ଟନ ଅଲଗା କିଛି ଖାଇବାକୁ ଭୟ କରୁଛନ୍ତି ଏବଂ କେବଳ ଦହି, ବ୍ରେଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି। ଏବଂ ଆଷ୍ଟନଙ୍କୁ କାଉଂସେଲିଙ୍ଗ କରାଯାଉଛି। ଏହାଦ୍ୱାରା ତାଙ୍କ ଆତ୍ମବିଶ୍ୱାସ ବଢିବ ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri