ରାୟଗଡ଼ା,୨୦ା୮(ଆଶିଷ ରଞ୍ଜନ ପଣ୍ଡା)ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଛି। ରାୟଗଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶନିବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇଛନ୍ତ। ସେମାନଙ୍କ ମଧ୍ୟରୁ ୭ଜଣ ଜାଲ୍ ବି.ଏଡ୍. ସାର୍ଟିଫିକେଟ ଦେଇଥିବା ବେଳେ ଜଣେ ସି.ଟି., ଦୁଇ ଜଣ ଯୁକ୍ତ୨ ଓ ଜଣେ ଯୁକ୍ତ୩ ସାର୍ଟିଫିକେଟ ଦେଇ ଚାକିରି କରିଥିବା ତଦନ୍ତରୁ ଜଣାପଡ଼ିଛି।
ଜାଲ୍ ବି.ଏଡ୍. ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ ହେଲେ ଚନ୍ଦ୍ରପୁର ବ୍ଲକର ଗଣେଶ ଚନ୍ଦ୍ର ବିଷୋୟୀ, ପାର୍ଥେନ୍ଦୁ ବାରିକ, କାଶୀପୁର ବ୍ଲକର ଲୋକନାଥ ମହାପାତ୍ର ଏବଂ ମୁନିଗୁଡା ବ୍ଲକର ସୁମିତ୍ରା ଡାକୁଆ, ଶ୍ରୀକାନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଶବର, କୋଲନରା ବ୍ଲକର ହରେଶ କୁମାର ପଣ୍ଡୁ। ଜାଲ୍ ସି.ଟି. ସାର୍ଟିଫିକେଟ ଦେଇ କାଶୀପୁର ବ୍ଲକରେ ନିଯୁକ୍ତି ପାଇଥିବା ପଞ୍ଜାବ ମାଝିଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ଅନ୍ୟ ଜଣେ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟର ଜାଲ୍ ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ଚାକିରି କରୁଥିବା ଜଣାପଡ଼ିଛି। କେବଳ ରାଜ୍ୟ ବାହାର ସାର୍ଟିଫିକେଟ ନୁହେଁ, ଓଡ଼ିଶା ବିଏସ୍ଇ ଏବଂ ସିଏଚ୍ଏସ୍ଇ ସାର୍ଟିଫିକେଟ ମଧ୍ୟ ଜାଲ୍ ବୋଲି ରିପୋର୍ଟ ହସ୍ତଗତ ହୋଇଛି। ସେହିପରି ରାୟଗଡ଼ା ବ୍ଲକର ଚନ୍ଦନ କୁମାର ବେହେରା ଜାଲ୍ ଯୁକ୍ତ ୩ ସାର୍ଟିଫିକେଟ ଦାଖଲ କରିଥିବା ବେଳେ କାଶୀପୁର ବ୍ଲକର ଶମ୍ଭୁ କହଁର ଓ ରଘୁନାଥ ବିଡିକା ଜାଲ୍ ଯୁକ୍ତ ୨ ସାର୍ଟିଫିକେଟ ଦାଖଲକରି ଚାକିରି ପାଇଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ ସରକାରଙ୍କ ସିଏଚ୍ଏସ୍ଏଇ ବୋର୍ଡ ପ୍ରଦତ୍ତ ଭଳି ଜାଲ୍ ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଉପରୋକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲା ଶିକ୍ଷାଧିକାରୀ ତଥା ଶିକ୍ଷା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଜିଲାରେ ପୂର୍ବରୁ କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକ ଜାଲ୍ ସାଟିଫିକେଟ୍ ଦେଇ ଚାକିରିରୁ ବହିଷ୍କୃତ ହୋଇଥିବା ବେଳେ ଏବେ ଆଉ ୧୨ଜଣ ଧରା ପଡ଼ିଛନ୍ତି। ତେଣୁ ଏହି ଯାଞ୍ଚକୁ କଡ଼ାକଡ଼ି କରାଗଲେ ଆହୁରି ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିବେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ତେବେ ଜାଲ୍ ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ଧରି ଚାକିରି କରି ରାଜକୋଷ ଖାଲି କରିଥିବା ଏହି ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କଠାରୁ ରାଜ୍ୟ ସରକାର କେଉଁ ଆଧାରରେ ଟଙ୍କା ଫେରସ୍ତ ନେବେ ତାହା ଦେଖିବାକୁ ବାକି ରହିଲା।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
ଶେଷରେ ନଇଁଲେ ଟ୍ରମ୍ପ୍! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’
ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…
କୁଏଟ୍ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
Archives

