୧୨ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ରାୟଗଡ଼ା,୨୦ା୮(ଆଶିଷ ରଞ୍ଜନ ପଣ୍ଡା)ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଛି। ରାୟଗଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶନିବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇଛନ୍ତ। ସେମାନଙ୍କ ମଧ୍ୟରୁ ୭ଜଣ ଜାଲ୍‌ ବି.ଏଡ୍‌. ସାର୍ଟିଫିକେଟ ଦେଇଥିବା ବେଳେ ଜଣେ ସି.ଟି., ଦୁଇ ଜଣ ଯୁକ୍ତ୨ ଓ ଜଣେ ଯୁକ୍ତ୩ ସାର୍ଟିଫିକେଟ ଦେଇ ଚାକିରି କରିଥିବା ତଦନ୍ତରୁ ଜଣାପଡ଼ିଛି।
ଜାଲ୍‌ ବି.ଏଡ୍‌. ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ ହେଲେ ଚନ୍ଦ୍ରପୁର ବ୍ଲକର ଗଣେଶ ଚନ୍ଦ୍ର ବିଷୋୟୀ, ପାର୍ଥେନ୍ଦୁ ବାରିକ, କାଶୀପୁର ବ୍ଲକର ଲୋକନାଥ ମହାପାତ୍ର ଏବଂ ମୁନିଗୁଡା ବ୍ଲକର ସୁମିତ୍ରା ଡାକୁଆ, ଶ୍ରୀକାନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଶବର, କୋଲନରା ବ୍ଲକର ହରେଶ କୁମାର ପଣ୍ଡୁ। ଜାଲ୍‌ ସି.ଟି. ସାର୍ଟିଫିକେଟ ଦେଇ କାଶୀପୁର ବ୍ଲକରେ ନିଯୁକ୍ତି ପାଇଥିବା ପଞ୍ଜାବ ମାଝିଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ଅନ୍ୟ ଜଣେ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟର ଜାଲ୍‌ ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ଚାକିରି କରୁଥିବା ଜଣାପଡ଼ିଛି। କେବଳ ରାଜ୍ୟ ବାହାର ସାର୍ଟିଫିକେଟ ନୁହେଁ, ଓଡ଼ିଶା ବିଏସ୍‌ଇ ଏବଂ ସିଏଚ୍‌ଏସ୍‌ଇ ସାର୍ଟିଫିକେଟ ମଧ୍ୟ ଜାଲ୍‌ ବୋଲି ରିପୋର୍ଟ ହସ୍ତଗତ ହୋଇଛି। ସେହିପରି ରାୟଗଡ଼ା ବ୍ଲକର ଚନ୍ଦନ କୁମାର ବେହେରା ଜାଲ୍‌ ଯୁକ୍ତ ୩ ସାର୍ଟିଫିକେଟ ଦାଖଲ କରିଥିବା ବେଳେ କାଶୀପୁର ବ୍ଲକର ଶମ୍ଭୁ କହଁର ଓ ରଘୁନାଥ ବିଡିକା ଜାଲ୍‌ ଯୁକ୍ତ ୨ ସାର୍ଟିଫିକେଟ ଦାଖଲକରି ଚାକିରି ପାଇଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ ସରକାରଙ୍କ ସିଏଚ୍‌ଏସ୍‌ଏଇ ବୋର୍ଡ ପ୍ରଦତ୍ତ ଭଳି ଜାଲ୍‌ ସାର୍ଟିଫିକେଟ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଉପରୋକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲା ଶିକ୍ଷାଧିକାରୀ ତଥା ଶିକ୍ଷା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଜିଲାରେ ପୂର୍ବରୁ କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକ ଜାଲ୍‌ ସାଟିଫିକେଟ୍‌ ଦେଇ ଚାକିରିରୁ ବହିଷ୍କୃତ ହୋଇଥିବା ବେଳେ ଏବେ ଆଉ ୧୨ଜଣ ଧରା ପଡ଼ିଛନ୍ତି। ତେଣୁ ଏହି ଯାଞ୍ଚକୁ କଡ଼ାକଡ଼ି କରାଗଲେ ଆହୁରି ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିବେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ତେବେ ଜାଲ୍‌ ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ଧରି ଚାକିରି କରି ରାଜକୋଷ ଖାଲି କରିଥିବା ଏହି ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କଠାରୁ ରାଜ୍ୟ ସରକାର କେଉଁ ଆଧାରରେ ଟଙ୍କା ଫେରସ୍ତ ନେବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri