୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର କୋଇଲା ଉତ୍ତୋଳନ କରିବେ। ଏଥିସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନ ଗୁଡିକର କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଏକ ଲୋକାଭିମୁଖୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ। ଉକ୍ତ ୨ ଜିଲାରେ ଦୁଇଟି ଏମ୍‌ଏସ୍‌ଏମ୍‌ଇ ପାର୍କ ମଧ୍ୟ ପ୍ରତିଷ୍ଠା ହେବ। ଅନୁଗୋଳସ୍ଥିତ ନାଲ୍‌କୋ ଅଡିଟୋରିୟମ୍‌ରେ ଆରମ୍ଭ ହୋଇଥିବା ୨ ଦିନିଆ ଇଣ୍ଡଷ୍ଟ୍ରି କେୟାର କର୍ମଶାଳାରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ଯୋଗଦେଇ ଏହା ପ୍ରକାଶ କରିଛନ୍ତି।
କର୍ମଶାଳାର ପ୍ରଥମ ଦିନରେ ୪୨ଟି ବୃହତ୍‌ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଥିଲା। ବିଶେଷକରି ଆବଶ୍ୟକ କଞ୍ଚାମାଲ, ଭିତ୍ତିଭୂମି, ପ୍ରଦୂଷଣ ପ୍ରମାଣପତ୍ର, ରାସ୍ତା ସଂଯୋଗ, ପାଚେରି, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ରେଳ ସଂଯୋଗୀକରଣ, ପାନୀୟ ଜଳ, ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଓ ଆନୁଷଙ୍ଗିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗୁରୁବାର ଦ୍ୱିତୀୟ ଦିନରେ ୧୫୦ଟି ଏମ୍‌ଏସ୍‌ଏମ୍‌ଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ଅନୁଗୋଳ ଜିଲାରୁ କୋଇଲା ଖନନ କରିବାକୁ ଥିବା ୧୨ଟି ବେସରକାରୀ ଶିଳ୍ପ ଅନୁଷ୍ଠାନମାନେ କିପରି ସୁବିଧାରେ ଆନୁଷଙ୍ଗିକ ସହାୟତା ପାଇପାରିବେ ସେ ଦିଗରେ ଆଲୋଚନା ହୋଇଥିଲା। ଏ ନେଇ ଡିପିଆର୍‌ ପ୍ରସ୍ତୁତ କରାଯାଇସାରିଛି। କୋଲ୍‌ କରିଡର ନିର୍ମାଣ ଦାୟିତ୍ୱ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ନୂଆ ଶିଳ୍ପାନୁଷ୍ଠାନଗୁଡ଼ିକରେ କିପରି ଦକ୍ଷ ଶ୍ରମିକ ନିୟୋଜିତ ହୋଇପାରିବେ, ସେ ଦିଗରେ ମିଳିତ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଥିଲା। ଅନୁଗୋଳ ଓ ଢେଙ୍କାନାଳ ଜିଲାରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କୁୁ ଅଧିକ ସୁବିଧା ସୁଯୋଗ ଦେବା ପାଇଁ ନୂଆ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ହେବ। ଆଲୁମିନିୟମ୍‌ ପାର୍କକୁ ୫ଶହ ଏକରକୁ ସମ୍ପ୍ରସାରଣ କରାଯିବ। ବର୍ତ୍ତମାନ ୧୦୦ କୋଟି ଟଙ୍କା ବିନିମୟରେ ଢେଙ୍କାନାଳ ଠାରେ ଇଡ୍‌କୋ ପାର୍କର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେହିପରି ଦୁଇଟି ଜିଲାରେ ଶିଳ୍ପାଞ୍ଚଳ ଓ କୃଷି ପାଇଁ ସୁବିଧା ଥିବାରୁ ବିଭିନ୍ନ ବିଭାଗକୁ ନେଇ ଚାଷ ସମ୍ପର୍କିତ ଆଲୋଚନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରକାଶ କରିଥିତ୍ଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପ ଓ ଉଦ୍ୟୋଗ ସମ୍ପର୍କିତ ସମସ୍ୟା ନେଇ ଆଲୋଚନା କରିଥିଲେ। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଶିଳ୍ପ ଅନୁଷ୍ଠାନଗୁଡିକର ସମସ୍ୟାର ସମାଧାନ ଦିଗରେ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପିକଲ ଏବଂ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଶିଳ୍ପ ବିଭାଗ ନିର୍ଦ୍ଦେଶକ ସାଦିକ୍‌ ଆଲାମ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ଓ ବିଭିନ୍ନ ଶିଳ୍ପସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri