ବିଇଏମ୍‌ସିର ୧୨ ଜଣିଆ ଟିମ୍‌ ଯିବ କେରଳ

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଭିନ୍ନ ଦଳର ୧୦ ଜଣ କର୍ପୋରେଟର ଆସନ୍ତା ୧୬ ତାରିଖରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ ଯିବେ। ସେଠାରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ରହି କେରଳ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ପରିଦର୍ଶନ କରି ୨୦ ତାରିଖରେ ଫେରିବେ। ମେୟରଙ୍କ ସୂଚନାନୁସାରେ ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେଶନରେ କାର୍ଯ୍ୟକାରୀ ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ରାସ୍ତାଘାଟ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଆଦି ବିଇଏମ୍‌ସି ଟିମ୍‌ ଅନୁଧ୍ୟାନ କରିବେ।
ଓଡ଼ିଶା ନଗର ଉନ୍ନୟନ ବିଭାଗର ଅନୁମୋଦନକ୍ରମେ କେରଳ ଯାଉଥିବା ଟିମରେ ବିଜେଡି କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା, ଶ୍ୱେତାରେଖା ତ୍ରିପାଠୀ, ସୋନାଲି ଗନ୍ତାୟତ, ତିରୁପତି ପାତ୍ର, ସମୀର କୁମାର ମିଶ୍ର, ମଳୟ କୁମାର ବିଶୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି ଓ ଆଇ. ଶ୍ରୀନିବାସ ରାଓ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ପ୍ରଦୀପ କୁମାର ଶତପଥୀ ଓ ସ୍ବାଧୀନ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନାମ ମଧ୍ୟ ରହିଛି। ତେବେ ନିଗମକୁ ନିର୍ବାଚିତ ଏକମାତ୍ର କଂଗ୍ରେସ ମହିଳା କର୍ପୋରେଟରଙ୍କ ନାମ ନଥିବା ରାଜନୈତିକ ଚର୍ଚ୍ଚାକୁ ଆସିଯାଇଛି। ନିଗମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମେୟର, ଡେପୁଟି ମେୟର ଓ ୧୦ କର୍ପୋରେଟରଙ୍କ ଯିବା ଆସିବା ବିମାନ ଟିକେଟ ବିଇଏମସି ପକ୍ଷରୁ ବହନ କରାଯିବ। ଥିରୁଭାନନ୍ତପୁରମରେ ରହଣି ଓ ଅନ୍ୟାନ୍ୟ ଖର୍ଚ୍ଚ କେରଳ ସରକାରଙ୍କ ମ୍ୟୁନିସିପାଲ କର୍ପୋରେସନ ବ୍ୟୟ କରିବ। ଟିମ୍‌ ସେଠାର ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡ଼ିକ ଅନୁଧ୍ୟାନ କର ଆସିବା ପରେ ରେଶମ ସହରରେ ସେହି ଢ଼ାଞ୍ଚାରେ କାର୍ଯ୍ୟକାରୀ ଲାଗି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri