୧୨ ଘଣ୍ଟା ପରେ ବିନା ପିପିଇ କିଟ୍‌ରେ ହସ୍ପିଟାଲ ଗଲେ

ପୁରୀ ଅଫିସ,୨୭ା୮: କରୋନା ଆକ୍ରାନ୍ତଙ୍କୁ ପୁରୀରେ ମିଳିଲାନି ପ୍ରଶାସନିକ ସହଯୋଗ। ଘରଠାରୁ ମାତ୍ର ୩ଶହ ମିଟର ଦୂରରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ସେଠାରେ ପହଞ୍ଚତ୍ବାକୁ ଲାଗିଗଲା ପ୍ରାୟ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ। ପ୍ରଶାସନିକ ସହଯୋଗ ନ ମିଳିବାରୁ ଶେଷରେ ସନ୍ଧ୍ୟାରେ ଜଣେ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଆକ୍ରାନ୍ତଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ସୁବିଧା ନ ଥିବାରୁ ସ୍ବେଚ୍ଛାସେବୀ ଜଣକ ଆକ୍ରାନ୍ତଙ୍କୁ ବିନା ପିପିଇ କିଟ୍‌ରେ ଆମ୍ବୁଲାନ୍ସରେ ନିଆଯାଇଥିବା ଦେଖିବାକୁ ମିଳିଛି।
କରୋନା ପଜିଟିଭ ପରିଚାଳନାକୁ ନେଇ ଆର୍‌ଡିସି ଏକାଧିକଥର ପୁରୀରେ ସମୀକ୍ଷା ବୈଠକ କଲେଣି। ରୋଗୀଙ୍କ ଚିକିତ୍ସା ଓ ଖାଦ୍ୟପେୟରେ ଯେପରି କୌଣସି ପ୍ରକାର ତ୍ର୍ରୁଟି ନ ହୁଏ ସେଥିଲାଗି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ବୈଠକରେ ନିର୍ଦ୍ଦେଶ ଦିଆଯାଉଛି। ମାତ୍ର ବାସ୍ତବରେ ଏହା ପ୍ରତିଫଳିତ ହେଉ ନ ଥିବା ବୁଧବାର ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ପୁରୀ ଭୁଦାନ ଅଞ୍ଚଳର ଜଣେ ୮୨ ବର୍ଷୀୟ ବୃ୍‌ଦ୍ଧ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା। ବୁଧବାର ସକାଳେ ସେ କରୋନା ପଜିଟିଭ ବୋଲି ଜଣାପଡିଲା। ଏହାପରେ ତାଙ୍କ ସ୍ତ୍ରୀ ଓ ପୁଅ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ପାଇଁ ସ୍ବସ୍ଥ୍ୟକର୍ମୀଙ୍କୁ କହିଥିଲେ। କୋଭିଡ୍‌ ହସ୍ପିଟାଲ ଆମ୍ବୁଲାନ୍ସକୁ ଫୋନ କରାଯାଇଛି ଆସିଲେ ଯିବେ ବୋଲି ଉତ୍ତର ଆସିଥିଲା। ଅପରାହ୍‌ନରେ ପୁରୀର ଜଣେ ଯୁବ ସାମାଜିକ କର୍ମୀ ସ୍ବାଧୀନ କୁମାର ପଣ୍ଡା କୌଣସି କାମରେ ହସ୍ପିଟାଲ ଆସିଥିବାବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରିଥିଲେ ମଧ୍ୟ କାହାଠାରୁ ଠିକ୍‌ ଉତ୍ତର ପାଇ ନ ଥିଲେ। ନିଜେ ପୁଣି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ସନ୍ଧ୍ୟାରେ ସମୟରେ ଏକ ଆମ୍ବୁଲାନ୍ସ ଆସିଥିଲା। ହେଲେ ଆକ୍ରାନ୍ତଙ୍କୁ ନେବା ପାଇଁ କୌଣସି ନ ଥିଲେ। ଚାଳକ ବି ଛୁଇଁବେ ନାହିିଁ ବୋଲି କହିଥିଲେ। ଶେଷରେ ନିଜେ ସ୍ବାଧୀନ ଆକ୍ରାନ୍ତଙ୍କୁ ବିନା ପିପିଇ କିଟ୍‌ରେ ଆମ୍ବୁଲାନ୍ସରେ ବସାଇଥିଲେ। ସାମାଜିକ କର୍ମୀ ସ୍ବାଧୀନ କହିଛନ୍ତି ସକାଳୁ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ତାଙ୍କୁ କୋଭିଡ୍‌ ହସ୍ପିଟାଲ ନେବାକୁ କେହି ସହଯୋଗ କରି ନ ଥିଲେ। ଅଧିକ ସମୟ ରହିଲେ ଜିଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ରୋଗୀଙ୍କୁ ସଂକ୍ରମଣ ବ୍ୟାପିବା ସମ୍ଭାବନା ରହିଥିଲା। ତେଣୁ ପିପିଇ କିଟ୍‌ ନ ମିଳୁ ପଛେ ତାଙ୍କୁ ଆମ୍ବୁଲାନ୍ସରେ ବସାଇଥିଲି ବୋଲି ସ୍ବାଧୀନ କହିଛନ୍ତି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ନଶ୍ଚିତ ଏହା ଏକ ଦୁଃଖଦାୟକ ଘଟଣା। କେଉଁ ପରିସ୍ଥିତିରେ ଏବଂ କିପରି ସମ୍ପୃକ୍ତ ପଜିଟିଭି ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ଏତେ ବିଳମ୍ବ ହେଲା ସେନେଇ ଏଡିଏମ୍‌ଓଙ୍କୁ ରିପୋର୍ଟ ମଗାଯାଇଛି। ଏହାର ତଦନ୍ତ ଚାଲିଛି। ରିପୋର୍ଟ ପାଇବା ପରେ ତ୍ର୍ରୁଟି କେଉଁଠି ରହିଲା, ଏଥିପାଇଁ କିଏ ଦାୟୀ ସେ ନେଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri