ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର ସୀମା ବିବାଦକୁ ନେଇ ସେ ପୋଲିସ ଭ୍ୟାନ୍‌ରେ ଦିନ ସାରା ବସି ରହିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ, ଗତ ୧୯ ତାରିଖ (ଗୁରୁବାର) ସକାଳେ ପୀଡ଼ିତାଙ୍କୁ ଧରି ପୋଲିସର ଏକ ଟିମ୍‌ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ପରୀକ୍ଷା କରିବାକୁ ମନା କରିଦେଇଥିଲେ। ଘଟଣାଟି ହାଟଡ଼ିହୀ ବ୍ଲକ୍‌ ଶାଳନିଅଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘଟିଥିବାରୁ ସେଠାରେ ପରୀକ୍ଷା କରିବାକୁ କହି ଆନନ୍ଦପୁର ଡାକ୍ତର ପଠାଇ ଦେଇଥିଲେ। ପରେ ପୋଲିସ ଟିମ୍‌ ପୀଡ଼ିତାଙ୍କୁ ଧରି ସେଠାରୁ ପ୍ରାୟ ୨୫ କି.ମି. ଦୂର ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତେବେ ସେଠାରେ ମହିଳା ଡାକ୍ତର ନ ଥିବା କହି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଫେରାଇ ଦେଇଥିଲେ। ଫଳରେ ପୀଡ଼ିତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ରାତି ହୋଇଯିବାରୁ ପୀଡ଼ିତାଙ୍କ ପ୍ରାଥମିକ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ସମ୍ପୂର୍ଣ୍ଣ ପରୀକ୍ଷା ପାଇଁ ଶୁକ୍ରବାର ଆଉଥରେ ଆସିବାକୁ ଡାକ୍ତର କହିଥିଲେ। ସେହି ଅନୁସାରେ ଶୁକ୍ରବାର ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏନେଇ ସୋସୋ ଥାନା ଅଧିକାରୀ ପ୍ରଦୀପ ସେଠୀ କହିଛନ୍ତି, ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଡାକ୍ତର ଘଟଣା ଘଟିଥିବା ଅଞ୍ଚଳରେ ଥିବା ଶାଳନିଅଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପୁଣି ଡାକ୍ତର ଆନନ୍ଦପୁରକୁ ପଠାଇଦେଇଥିଲେ। ଡାକ୍ତରଖାନାର ବିଧି ବ୍ୟବସ୍ଥା ଯୋଗୁ ବିଳମ୍ବ ହୋଇଥିଲା ବୋଲି ସେଠୀ କହିଥିଲେ।
ଅନ୍ୟପକ୍ଷରେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ କହିଛନ୍ତି, ତାଙ୍କ ପାଖକୁ କେହି ଆସି ନ ଥିଲେ। ସନ୍ଧ୍ୟାରେ ଆସିବା ପରେ ତୁରନ୍ତ ଡାକ୍ତରୀମାଇନା କରାଯାଇଛି। ନାବାଳିକା ବ୍ୟତୀତ ଅନ୍ୟ କେସ୍‌ରେ ଉଭୟ ପୁରୁଷ ଓ ମହିଳା ଡାକ୍ତର ପରୀକ୍ଷା କରିପାରିବେ। ଯେହେତୁ ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅଭିଜ୍ଞ ଡାକ୍ତର ଅଛନ୍ତି ତେଣୁ ନିୟମାନୁଯାୟୀ ପ୍ରଥମେ ସେଠାରେ ପରୀକ୍ଷା କରାଯିବା ଉଚିତ। ନ ହେଲେ ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥାଏ ବୋଲି ସେ କହିଥିଲେ। ଏନେଇ ଏସ୍‌ଡିପିଓ ଅନୀଲ ବେଉରିଆ କହିଛନ୍ତି, ଘଟଣାକୁ ଅନୁଧ୍ୟାନ କରିବେ। ରବିବାର ଉକ୍ତ ଥାନାକୁ ଯାଇ ଘଟଣା ବୁଝିବା ପରେ କହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri