ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିଲା । ପ୍ରଶାସନ ସହିତ ଆଲୋଚନାରେ କୌଣସି ସୁଫଳ ମିଳିନଥିଲା । ପୂର୍ବ ନିଷ୍ପତ୍ତି ଅନୁଯାୟୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ପାଦନ ପରିବହନ ବନ୍ଦ ସହିତ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସଡକ ଓ ରେଳ ପଥରେ କୋଇଲା ପରିବହନ ବନ୍ଦ ରହିଛି। ବସ୍ ଚଳାଚଳ ବନ୍ଦ ରହିବା ଯୋଗୁଁ -NHରେ ଯାତାୟାତ ଠପ୍‌ ହୋଇଯାଇଛି । ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

Dharitri – Odisha’s No.1 Odia Daily

Share