ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ରାଜ୍ୟରେ ନୂତନ ଏନଏସି ଘୋଷଣା ହୋଇଥିଲେ ମଧ୍ୟ ବଲାଙ୍ଗୀର ଜିଲାର ସଇଁତଳାକୁ ବାଦ୍‌ ଦିଆଯାଇଛି । ଏହାର ପ୍ରତିବାଦରେ ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ଦିନ ବିଜେଡ଼ି ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାରେ ଯାଉଥିବା ଗାଡି ମଟରକୁ ବନ୍ଦ କରୁଥିବା ଦେଖାଯାଇଛି । ପୁର୍ବତନ ମନ୍ତ୍ରୀ ଟୁକୁନି ସାହୁ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲା ପରିଷଦ ପ୍ରମୋଦ ଭୋଇ, ବିଜେଡ଼ି ବ୍ଲକ ସଭାପତି ଟୁନୁ ରାଜପାଲିଆ, ସରପଞ୍ଚ ପୁରୋଷତମ କଲତା, ସଇଁତଳା ସରପଞ୍ଚ ସୁବ୍ରତ ନାଗ, ଅମିତ୍‌ ରଥ, ବ୍ଲକ ଉପାଧ୍ୟକ୍ଷ ଗୁଣସାହୁ ମାଝି ଓ ଅନ୍ୟମାନେ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହୋଇ ଏନଏଚ ରାସ୍ତା ଉପରେ ବସି ପ୍ରତିବାଦ ସଭା କରିଥିବା ଦେଖାଯାଇଥିଲା l ଆଗାମୀ ଦିନରେ ରାଜ୍ୟ ସରକାର ସଇଁତଳାକୁ ଏନଏସି ଘୋଷଣା ନ କଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିଜେଡ଼ି ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୧୦୦୦ଟଙ୍କା ପାର୍‌ କଲା ସିଲିଣ୍ଡର ଦାମ୍‌, କାଲିଠୁ ଓଡ଼ିଶାରେ…

ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ…

ଗ୍ୟାସ ସିଲିଣ୍ଡରର ଟେନସନ ଶେଷ! ତେଲ-ଗ୍ୟାସ ପାଇଁ ୫ ନୂଆ ରାସ୍ତା ଖୋଜିଲେ ଭାରତ ସରକାର, ଏଣିକି…

ନୂଆଦିଲ୍ଲୀ,୧୨।୩: ହର୍ମୁଜ ପ୍ରଣାଳୀ ଦେଇ ଉପସାଗରୀୟ ଦେଶଗୁଡ଼ିକରୁ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେବା ପରେ ଭାରତ ବିକଳ୍ପ ମାର୍ଗ ଅନୁସନ୍ଧାନ ଆରମ୍ଭ କରିଛି।…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ଅଚାନକ ଅଧା ଖସିଗଲା ଏହି ଜିନିଷର ଦାମ୍‌

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ…

ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ସ୍ତ୍ରୀ: ଏମିତି ପଦକ୍ଷେପ ନେଲେ ସ୍ବାମୀ, ଜାଣନ୍ତୁ ଲୋମଟଙ୍କୁରା ଘଟଣା

ଦେବଗଡ଼,୧୨ା୩(ଶଶାଙ୍କ ଶେଖର ଝାଙ୍କର): ଶାରୀରିକ ସମ୍ପର୍କ ପାଇଁ ମନା କରିବାରୁ ସ୍ତ୍ରୀଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଅଭିଯୋଗରେ ରିଆମାଳ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଏମିତି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରେକର୍ଡ ତୃତୀୟ…

ଧାନବିକ୍ରି ସମସ୍ୟା ଅସମାହିତ, ଆନ୍ଦୋଳନ ତୀବ୍ର: ପାକ୍ସ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ…

ଯୁଦ୍ଧ ଭିତରେ ପାକିସ୍ତାନକୁ ନେଇ ଆମେରିକା କଲା ବଡ଼ ଘୋଷଣା, ବିଶ୍ୱରେ ପଡିଗଲା ଚହଳ!

ଓ଼୍ବାଶିଂଟନ,୧୨।୩: ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri