ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ରାଜ୍ୟରେ ନୂତନ ଏନଏସି ଘୋଷଣା ହୋଇଥିଲେ ମଧ୍ୟ ବଲାଙ୍ଗୀର ଜିଲାର ସଇଁତଳାକୁ ବାଦ୍‌ ଦିଆଯାଇଛି । ଏହାର ପ୍ରତିବାଦରେ ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ଦିନ ବିଜେଡ଼ି ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାରେ ଯାଉଥିବା ଗାଡି ମଟରକୁ ବନ୍ଦ କରୁଥିବା ଦେଖାଯାଇଛି । ପୁର୍ବତନ ମନ୍ତ୍ରୀ ଟୁକୁନି ସାହୁ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲା ପରିଷଦ ପ୍ରମୋଦ ଭୋଇ, ବିଜେଡ଼ି ବ୍ଲକ ସଭାପତି ଟୁନୁ ରାଜପାଲିଆ, ସରପଞ୍ଚ ପୁରୋଷତମ କଲତା, ସଇଁତଳା ସରପଞ୍ଚ ସୁବ୍ରତ ନାଗ, ଅମିତ୍‌ ରଥ, ବ୍ଲକ ଉପାଧ୍ୟକ୍ଷ ଗୁଣସାହୁ ମାଝି ଓ ଅନ୍ୟମାନେ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହୋଇ ଏନଏଚ ରାସ୍ତା ଉପରେ ବସି ପ୍ରତିବାଦ ସଭା କରିଥିବା ଦେଖାଯାଇଥିଲା l ଆଗାମୀ ଦିନରେ ରାଜ୍ୟ ସରକାର ସଇଁତଳାକୁ ଏନଏସି ଘୋଷଣା ନ କଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିଜେଡ଼ି ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri