ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କୃଷୀ ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ ଓ କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି।
ଆନ୍ଦୋଳନକାରୀମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ବନ୍ଦ ହେବା ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀକାଳୀନ ସେବା ଗୁଡିକକୁ ବନ୍ଦରୁ ବାଦ ଦିଆଯାଇଛି । ଦଳମତ ନିର୍ବିଶେଷରେ କଂଟାବାଞ୍ଜି ବନ୍ଦ ଡାକରାକୁ ଅଞ୍ଚଳର ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି।