ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି ଜଟିଆ ଗୌଡ଼ ରକ୍ଷା ପାଇଯାଇଛନ୍ତି। ଜଟିଆ ଜଣେ ଗରିବ ଚାଷୀ ହୋଇଥିବା ବେଳେ ହଠାତ୍‌ ତାଙ୍କର ଏତେବଡ କ୍ଷତିକୁ ନେଇ ସେ ଭାଙ୍ଗି ପଡିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି। ଭାଜପା ନେତା ତଥା ପୂର୍ବତନ ସରପଞ୍ଚ ରାଜୁ ପ୍ରଧାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଯାହା ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାରଦଣ୍ଡା ଗ୍ରାମର ଚାଷୀ ଜଟିଆ ଆଜି ନିଜର ଛେଳିପଲକୁ ଧରି ଗ୍ରାମ ଜଙ୍ଗଲକୁ ଯାଇଥିଲେ ଚରାଇବାକୁ। ଏହି ସମୟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ବଜ୍ରପାତ ହୋଇଥିଲା। ଫଳରେ ୧୨ଟି ଛେଳି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

Dharitri – Odisha’s No.1 Odia Daily

Share