ପାକିସ୍ତାନ-ଚାଇନା ମୁହାଁମୁହିଁ

ପେଶ୍ୱାର,୧୪।୭: ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ବୁଧବାର ଏକ ବସରେ ଘଟିଥିବା ବୋମା ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିଲେ ଚାଇନାର ୯ ଜଣ ଇଞ୍ଜିନିୟର। ତେବେ ଏହି ବିସ୍ଫୋରଣ ଘଟଣାକୁ ନେଇ ମୁହଁାମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ଦେଶ ଚାଇନା ଓ ପାକିସ୍ତାନ।

ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଝାଓ ଲିଜିଆନ ଘଟଣାର ନିନ୍ଦା କରିବା ସହ ବୋମା ବିସ୍ଫୋରଣ ପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହିତ ହାଇଡ୍ରୋପାଓ୍ବର ଡ୍ୟାମ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଚାଇନା ଅଧିକାରୀଙ୍କୁ କଡ଼ା ସୁରକ୍ଷା ଦେବାକୁ ଇସଲାମାବାଦକୁ କହିଛନ୍ତି।

କିନ୍ତୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଯାନ୍ତ୍ରିକ ତ୍ରୁଟି କାରଣରୁ ବସଟି ଏକ ନଦୀରେ ପଶିଯାଇଥିଲା। ଫଳରେ ଗ୍ୟାସ ଲିକ୍‌ ହେବା ସହ ବିସ୍ଫୋରଣ ଘଟିଥିଲା। ଘଟଣାର ଅଧିକ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ଚାଲିଥିବା ହାଇଡ୍ରୋପାଓ୍ବର ଡ୍ୟାମ ନିର୍ମାଣ କାର୍ଯ୍ୟରେ ମୁତୟନ ଥିବା ୪୦ ଚାଇନିଜ ଇଞ୍ଜିନିୟର, ସର୍ଭେୟର ଓ ମେକାନିକାଲ ଷ୍ଟାଫଙ୍କୁ ନେଇ ଯାଉଥିବା ବସରେ ସକାଳ ୭ଟାରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୯ ଚାଇନିଜ ଇଞ୍ଜିନିୟର ଓ ୩ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରୁଭୂମିରେ ୯୫ ହଜାର କୋଟିରେ ନିର୍ମିତ ହେଉଛି ସୋଲାର ପାର୍କ: ୧୩ ଲକ୍ଷ ଘରକୁ କରିବ ଆଲୋକିତ

ଆବୁଧାବି,୨୯।୪: ଦୁବାଇର ମରୁଭୂମିରେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ବିନ୍‌ ଶହିଦ୍‌ ଅଲ୍‌ ମକତୁମ୍‌ଙ୍କ ନାମରେ ଏକ ସୋଲାର ପାର୍କ ନିର୍ମାଣ କରାଯାଉଛି। ଏଥିରେ ୯୫ ହଜାର...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୨।୪: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି।...

ଆକାଶରୁ ବୋମା ବର୍ଷା

କ୍ୱିଭ୍‌/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ...

ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ଭେଟିବେ ସୌଦି ଅରବ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ/ରିୟାଦ,୧୧।୯: ଭାରତରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସୌଦି ଆରବର ପ୍ରଧାନମନ୍ତ୍ରୀ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସୌଦ ଯୋଗ...

ମୋବାଇଲ ଚୋରି ରୋକିବାକୁ ପାକିସ୍ତାନ ମନ୍ତ୍ରୀଙ୍କ ଅଦ୍ଭୁତ ଉପଦେଶ

ଇସଲାମାବାଦ,୬।୯: ଆର୍ଥିକ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଭାଙ୍ଗଯାଇଛି। ପ୍ରତିଦିନ ପାକିସ୍ତାନର ଡକାୟତମାନେ ବନ୍ଧୁକ ମୁନରେ ଲୋକଙ୍କୁ...

ଅଚଳ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌,୧୬ା୧୧: ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବା ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥାକୁ ନାସା ପଠାଉଥିବା ଇନ୍‌ସାଇଟ୍‌ ଲ୍ୟାଣ୍ଡର କାମ କରିବା ବନ୍ଦ କରିଦେବ...

୨୧ ଲକ୍ଷ ଲୋକଙ୍କ ଚାକିରି ଉପରେ ପଡ଼ିପାରେ ପ୍ରଭାବ

ଓ୍ବାଶିଂଟନ,୧୧ା୧୧: ଆମେରିକାରେ ବିମୁଦ୍ରୀକରଣ ହେବାର ସମ୍ଭାବନାକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଏହି ବିମୁଦ୍ରୀକରଣ ମଧ୍ୟରେ ଆମେରିକାର ସ୍ଥାନୀୟ ଖବରକାଗଜରେ ଏକ ସର୍ଭେ ବାହାରିଛି।...

ଏଫ୍‌ଏଟିଏଫ୍‌ ବୈଠକ ପରେ ମୁକୁଳି ପାରନ୍ତି ହାଫିଜ

ଇସ୍‌ଲାମାବାଦ,୧୫।୨: ଫାଇନାନସିୟାଲ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ବୈଠକ ପରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ ମୁକୁଳି ପାରନ୍ତି ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ...

Advertisement
Archives

Model This Week