ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍ ଫର୍ ଅର୍ବାନ ରୋଡ୍ ଏକ୍ଜିକ୍ୟୁଶନ (ଏସ୍ୟୁଆର୍ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍ ନିର୍ମାଣ କରାଯିବ। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପୌରସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଢେଙ୍କାନାଳକୁ ଆଦର୍ଶ ସହର ଭାବେ ଘୋଷଣା କରାଯିବା ପରେ ରାସ୍ତାଘାଟ ଉନ୍ନତୀକରଣ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ପୌରାଞ୍ଚଳର ୪, ୫, ୬, ୭, ୧୦ନଂ. ୱାର୍ଡ ଏବଂ ଟାଉନ ପ୍ଲାନିଂ ଅଞ୍ଚଳରେ ମୋଟ ୬.୦୨ କିଲୋମିଟରର ରାସ୍ତା ନିର୍ମାଣ ହେବ। ସ୍ମାର୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ରହିବ। ଖାଲିସ୍ଥାନରେ ପିଲାଙ୍କ ମନୋରଞ୍ଜନ ଲାଗି କ୍ରୀଡ଼ା ଉପକରଣ, ଜିମ୍ କରାଯିବ। ସବୁଜ ବନାନୀ ସୃଷ୍ଟି ଲାଗି ଚାରା ରୋପଣ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ପାଦଚଲା ରାସ୍ତା ତିଆରି ହେବ ବୋଲି ଯୋଜନା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)ରେ ୫ କୋଟି ୨୭ଲକ୍ଷ ବ୍ୟୟ ଅଟକଳରେ ସହରରେ କ୍ଷୁଦ୍ର ପାର୍କ, ଓପନ ଜିମ୍, ଭେଣ୍ଡିଂ ଜୋନ୍ କରାଯାଉଛି।ପୌରାଞ୍ଚଳସ୍ଥିତ ୪ ପ୍ରମୁଖ ପୋଖରୀକୁ ନୂଆ ରୂପ ଦିଆଯାଉଛି। କପିଳାସ ପୀଠ ପାଦ ଦେଶରେ ୧୩୫୨ ପହାଚ ଆରମ୍ଭରେ ମହାଦେବଙ୍କ ବିଶାଳ ଗଙ୍ଗାବତରଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଜାରିରହିଛି। ଏହାକୁ ବାଦ୍ଦେଲେ ଢେଙ୍କାନାଳ ସହରର ୪ ପ୍ରବେଶ ଦ୍ୱାରରେ କଂକ୍ରିଟ ତୋରଣ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳ ପୌରାଞ୍ଚଳ ସମେତ ପର୍ଯ୍ୟଟନସ୍ଥଳୀ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ସହରର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି।
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…
ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...
Archives


