ଚୋରା ଚାଲାଣ ଉଦ୍ୟମ ପଣ୍ଡ, ୧୨ ଗିରଫ

କଟକ ଅଫିସ, ୧୬।୧୨: କଟକ ସହରର ବିଭିନ୍ନ ସ୍ଥାନରେ ଦାଦାବଟି ସହ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ସରିଥିଲା ପୂରା ରୋଡ୍‌ମ୍ୟାପ। ଏଥିପାଇଁ ବିହାର ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରୁ କିଣାଯାଇଥିଲା ବିପୁଳ ଅସ୍ତ୍ରଶସ୍ତ୍ର। ହେଲେ ସବୁକିଛି ହୋଇଗଲା ଚୂର୍‌ମାର। ପୋଲିସ ଗୋଇନ୍ଦା ରିପୋର୍ଟକୁ ଆଧାର କରି ସୋମବାର କଟକ ସହରର ବିଭିନ୍ନ ଥାନା ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ାଉ କରିଥିଲା। କଟକ ଚାଉଳିଆଗଞ୍ଜ, ମାଲଗୋଦାମ, ମର୍କତନଗର ଓ ଜଗତ୍‌ପୁର ଥାନାରେ ପୋଲିସ ଚଢ଼ାଉ କରି ୨୪ଘଣ୍ଟା ମଧ୍ୟରେ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ୭ଟି ଦେଶୀ ପିସ୍ତଲ, ୩୫ଟି ଅଫୁଟା ଗୁଳି ସହ ଗୋଟିଏ ଇନୋଭା କାର୍‌ ଓ ଗୋଟିଏ ପଲ୍‌ସର ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ତଦନ୍ତ ଚାଲିଛି ସମସ୍ତ ଅଭିଯୁକ୍ତ ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି ବୋଲି କଟକ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜଗତ୍‌ସିଂହପୁର ଅଞ୍ଚଳର କେତେଜଣଯୁବକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ପାଇଁ କଟକ ସହରର ବିଭିନ୍ନ ସ୍ଥାନରେ ଲୁଚିଥିବା ନେଇ ସୋମବାର ପୋଲିସକୁ ଖବର ମିଳିଥିଲା। ଉକ୍ତ ଖବରକୁ ଆଧାରକରି ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଜଗତ୍‌ସିଂହପୁର ଅଞ୍ଚଳର ଅସିତ କୁମାର ଦାସ ଓରଫ ଡିମା, ରାକେଶ ମଲିକ ଓରଫ ପିଙ୍କୁ ଓ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୨ଟି ୯ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରାଯାଇଥିଲା। ଏମାନଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା(୪୫୦/୨୦୨୦) ରୁଜୁ ହୋଇଛି। ସେହିପରି ମାଲଗୋଦାମ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଜଗତ୍‌ସିଂହପୁର ଅଞ୍ଚଳର ବ୍ରଜକିଶୋର ସ୍ବାଇଁ ଓରଫ ବିଭୁ, ରତ୍ନାକର ଦାସ ଓରଫ ବାବୁଲା ଓ ଧନଞ୍ଜୟ ସାହୁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ୯ ଏମ୍‌ଏମ୍‌ର ଦେଶୀ ବନ୍ଧୁକ, ୯ଟି ଅଫୁଟା ଗୁଳି ଓ ଗୋଟିଏ ଇନୋଭା କାର୍‌(ଓଡି୨୧-ଇ-୨୫୫୫) ଜବତ କରାଯାଇଥିଲା ା ଏମାନଙ୍କ ନାମରେ ମାଲଗୋଦାମ ଥାନାରେ ଏକ ମାମଲା(ନଂ.୨୫୩/୨୦୨୦) ରୁଜୁ କରାଯାଇଛି। ଆଉ ଏକ ଚଢ଼ାଉରେ ମର୍କତନଗର ଥାନା ଅଞ୍ଚଳର ସୁବ୍ରତ ସାମଲ ଓରଫ ଚିଣ୍ଟୁ, ବିଶ୍ୱଜିତ ପଟ୍ଟନାୟକ ଓରଫ ଲକି, ବିଶ୍ୱଜିତ ସାମଲ ଓରଫ ରାଜାଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ଦେଶୀ ଏୟାର ଗନ୍‌, ୨ଟି ଅଫୁଟା ଗୁଳି, ଗୋଟିଏ ପଲ୍‌ସର ମୋଟର ସାଇକେଲ,୨ଟି ମୋବାଇଲ ଫୋନ୍‌ ଓ ୧୨୫୦ ଟଙ୍କା ଜବତ କରାଯାଇଥିଲା ା ଏମାନେ ସମସ୍ତେ କଟକ ଜିଲାର ଅଟନ୍ତି । ଏମାନଙ୍କ ନାମରେ ମର୍କତନଗର ଥାନାରେ ଏକ ମାମଲା(ନଂ. ୨୨୨/୨୦୨୦) ରୁଜୁ କରାଯାଇଛି ା ମଙ୍ଗଳବାର ଜଗତ୍‌ପୁର ଥାନା ଅଞ୍ଚଳରୁ ରାକେଶ ଦାସ ଓରଫ ରାକା, ସ୍ମୃତି ରଞ୍ଜନ ଦାସ ଓରଫ ଲିପୁ ଓ ଆଶିଷ କୁମାର ଜେନା ଓରଫ ଟିଟୁଆଙ୍କ ଠାରୁ ୨ଟି ୯ଏମ୍‌ଏମ୍‌ର ଦେଶୀ ବନ୍ଧୁକ ଓ ୧୨ଟି ଅଫୁଟା ଗୁଳି ଜବତ କରାଯାଇଛି ା ଏମାନଙ୍କ ଘର ଜଗତ୍‌ସିଂହପୁର ଜିଲା ବୋଲି ଜଣାପଡ଼ିଛି। ଏମାନଙ୍କ ନାମରେ ଜଗତ୍‌ପୁର ଥାନାରେ ଏକ ମାମଲା (ନଂ. ୫୨୬/୨୦୨୦) ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ବିଭିନ୍ନ ଅପରାଧ ପାଇଁ ଅସାମାଜିକ ଯୁବକଙ୍କୁ ଅଭିଯୁକ୍ତମାନେ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଯୋଗାଇଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ଅପରାଧ ସାମ୍ରାଜ୍ୟର ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଅତିରିକ୍ତ ଡିସିପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri