Odisha Elections 2024

ଜୁଆ ଆଡ୍ଡାରେ ଚଢ଼ାଉ, ୧୨ ଗିରଫ

ଗଞ୍ଜାମ,୨୦।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନାକୁ ମିଳିଛି ବଡ଼ ସଫଳତା l ମହିଳା ଥାନା ଅଧିକାରୀ ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ ଠାରୁ ପ୍ରଥମରୁ ଆକ୍ସନ ମୁଡ଼ରେ ଥିବା ଦେଖିବାକୁ ମିଳିଛି l ପ୍ରଥମେ ଜୁଆ ଆଡ୍ଡାରେ ଚଢ଼ାଉ କରିଛନ୍ତି l ଆଇଆଇସିଙ୍କ ନେତୃତ୍ୱରେ ବଡ଼ କାଇଁଚପୁର ଗ୍ରାମ ଶେଷରେ ବହୁ ବର୍ଷ ଧରି ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଛି l ଉକ୍ତ ଜୁଆଆଡ୍ଡାରୁ ୧୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୪ଟି ବାଇକ, ୧୦ଟି ଦାମୀ ମୋବାଇଲ ଫୋନ ଏବଂ ୭୭ ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ସାନ କାଇଁଚପୁର ଓ ବଡ଼ କଇଁଚପୁର ମଝିରେ ଏକ ଶୀତତାପ ନିୟନ୍ତ୍ରଣ କୋଠରୀରେ ଦୀର୍ଘ ବର୍ଷ ହେବ ଜୁଆ ଆଡ୍ଡା ଚାଲିଥିଲା l କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ସଫଳତା ହାସଲ କରିଥିବା ବେଳେ ନୂତନ ଆଇଆଇସିଙ୍କ କାର୍ଯ୍ୟଶୈଳୀକୁ ସହର ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି l ଚଢ଼ାଉ ବେଳେ ଥାନା ଏଏସଆଇ ଜି ଅନନ୍ତ ରାଓ, ସୁମୁନାଥରେ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସୋସିଆଲ ମିଡିଆରେ ଲେଖିଲେ ଏମିତି

ଗଞ୍ଜାମ,୧୬ା୫: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା...

ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର):ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ...

ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ

ଭୁବନେଶ୍ୱର,୧୬ା୫: ବୁଧବାର ଇଣ୍ଡିଗୋ ଏୟାର ଲାଇନ ଝାରସୁଗୁଡା ଏବଂ ଦିଲ୍ଲୀ ମଧ୍ୟରେ ଏହାର ସେବା ଆରମ୍ଭ ପୁନର୍ବାର କରିଛି। ଅପରାହ୍ନ ୩ ଟା ୨୦ ମିନିଟରେ...

ଖଲ୍ଲିକୋଟରେ ରାଜନୈତିକ ହିଂସା: ୮ ଗିରଫ

ଖଲ୍ଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଧସିଲା ପଥର ଖାଦାନ: ଜଣେ ଶ୍ରମିକ ମୃତ, ଆହୁରି ଶ୍ରମିକ ଚାପି ରହିଥିବା ସନ୍ଦେହ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ଗୁରୁବାର ଏକ ଅଘଟଣ ଘଟିଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳା ପଥର ଖାଦାନରେ ପଥର ଓ ମାଟି ଧସି ଜଣେ...

ପାଇପ ଲାଇନ କାମବେଳେ ଖସିଲା ମାଟି ଅତଡା: ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା):: ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ମାଡ଼ି ଅତଡା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ଜଣେ ଆହତ...

ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ

ଖଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା...

ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri