Posted inଜାତୀୟ

ଓଡ଼ିଶାରେ ୧୧,୯୪୦ ପୋକ୍ସୋ ମାମଲା

ନୂଆଦିଲ୍ଲୀ,୧୦ା୧୨: ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ଦୃଢ଼ ନୀତି ପ୍ରଣୟନ କରାଯିବା ସହ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଉଥିବା ନେଇ କେନ୍ଦ୍ର ସରକାର ଦାବି କରିଆସୁଥିବାବେଳେ କ୍ୱଚିତ ପିଲାଙ୍କୁ ଛାଡ଼ିଦେଲେ ଲକ୍ଷ ଲକ୍ଷ ପିଲା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦେଶର ଫାଷ୍ଟ-ଟ୍ରାକ୍‌ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି)ଗୁଡ଼ିକରେ ଚଳିତ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ୨.୪୩ ଲକ୍ଷରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଏକ ଏନ୍‌ଜିଓ ପକ୍ଷରୁ ପ୍ରକାଶିତ ଗବେଷଣା ସନ୍ଦର୍ଭରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ବିଚାରାଧୀନ ଥିବା ପୋକ୍ସୋ ମାମଲା ସଂଖ୍ୟା ୧୧,୯୪୦ ଥିବାବେଳେ ଏହା ତାଲିକାର ୧୫ତମ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୧୫୩ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲା ବିଚାର ଅପେକ୍ଷାରେ ରହିଛି। ଏହା ପଛକୁ ମହାରାଷ୍ଟ୍ରର ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକରେ ୩୩,୦୭୨ ମାମଲା ପଡ଼ିଥିବାବେଳେ ପଶ୍ଚିମବଙ୍ଗରେ ୨୨,୧୬୪, ବିହାରରେ ୧୫,୫୯୪ ମାମଲା ବିଚାରାଧୀନ ଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
୨୦୨୨ରେ ସାରା ଦେଶରେ ମାତ୍ର ୩ ପ୍ରତିଶତ ପୋକ୍ସୋ ମାମଲାର ବିଚାର ଶେଷ ହୋଇଥିଲା। ଇଣ୍ଡିଆ ଚାଇଲ୍ଡ ପ୍ରୋଟେକ୍ସନ ଫଣ୍ଡ(ଆଇସିପିଏଫ୍‌) ପକ୍ଷରୁ ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ ‘ଜଷ୍ଟିସ୍‌ ଆଓ୍ବେଟ୍‌ସ: ଆନ୍‌ ଆନାଲିସିସ୍‌ ଅଫ୍‌ ଦି ଏଫିକେସି ଅଫ୍‌ ଜଷ୍ଟିସ୍‌ ଡେଲିଭରି ମେକାନିଜମ୍‌ସ ଇନ୍‌ କେସେସ୍‌ ଅଫ୍‌ ଚାଇଲ୍ଡ ସେକ୍ସୁଆଲ୍‌ ଆବ୍ୟୁଜ୍‌ ଇନ୍‌ ଇଣ୍ଡିଆ’ରେ କୁହଯାଇଛି, ଯଦି କୌଣସି ନୂଆ ମାମଲା ତାଲିକାରେ ଯୋଡ଼ା ନ ଯାଏ ତେବେ ଏହି ସମସ୍ତ ବକେୟା ମାମଲାକୁ ଫଇସଲା କରିବା ପାଇଁ ଅନୂ୍ୟନ ୯ ବର୍ଷ ଲାଗିଯିବ।

ତେବେ ଅରୁଣାଚଳପ୍ରଦେଶ, ବିହାର ଭଳି କେତେକ ରାଜ୍ୟରେ ଏତେ ସଂଖ୍ୟାରେ ପୋକ୍ସୋ ମାମଲା ପଡ଼ିରହିଛି, ଯାହାକୁ କ୍ଲିୟର କରିବା ପାଇଁ ୨୫ ବର୍ଷରୁ ଅଧିକ ସମୟ ଲାଗିବ। ଉକ୍ତ ରିପୋର୍ଟ ଦେଶର ନ୍ୟାୟ ବ୍ୟବସ୍ଥାର ସାମର୍ଥ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଛି।
ପୋକ୍ସୋ ମାମଲାଗୁଡ଼ିକର ବିଚାର ବିଳମ୍ବ ହେବା ପାଇଁ ୩ଟି ମୁଖ୍ୟ କାରଣ ଦାୟୀ ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସାଗର ପାଣିଗ୍ରାହୀ କହିଛନ୍ତି। ପଥମଃ କାରଣ ହେଲା ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକୁ ଅନ୍ୟାନ୍ୟ ମାମଲାଗୁଡ଼ିକର ମଧ୍ୟ ବିଚାର କରିବାକୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟରେ ଅଧିକାଂଶ ମାମଲାରେ ଅପରାଧୀ ହେଉଛନ୍ତି ଅଭିଯୋଗ ପକ୍ଷ। ତେଣୁ ଚାର୍ଜଶିଟ୍‌ ଦାଖଲ ସମୟରେ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ତୃତୀୟରେ କୋଭିଡ୍‌ ମହାମାରୀ ସମୟରେ ସାଇବର ସମ୍ପର୍କିତ ପୋକ୍ସୋ ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା।
ଶିଶୁ ଯୌନ ଉତ୍ପୀଡ଼ନର ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟ-ଟ୍ରାକ୍‌ କୋର୍ଟ ଖୋଲିବା ଲାଗି ୨୦୧୯ରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରିବା ସତ୍ତ୍ୱେ ସେମାନଙ୍କ ପାଇଁ ନ୍ୟାୟ ସ୍ବପ୍ନ ପାଲଟିଛି। ଗତ ଜାନୁୟାରୀ ସୁଦ୍ଧା ଅରୁଣାଚଳପ୍ରଦେଶରେ ଯେତିକି ପୋକ୍ସୋ ମାମଲା ବିଚାରାଧୀନ ରହିଛି, ସେଗୁଡ଼ିକର ବିଚାର ଶେଷ କରିବାକୁ ଅନୂ୍ୟନ ୩୦ ବର୍ଷ ଲାଗିଯିବ। ସେହିପରି ଦିଲ୍ଲୀରେ ୨୭ ବର୍ଷ, ପଶ୍ଚିମବଙ୍ଗରେ ୨୫ ବର୍ଷ, ମେଘାଳୟରେ ୨୧ ବର୍ଷ, ବିହାରରେ ୨୬ ବର୍ଷ ଏବଂ ଉତ୍ତରପ୍ରଦେଶରେ ଏଥିପାଇଁ ୨୨ ବର୍ଷ ଲାଗିବ ବୋଲି ସନ୍ଦର୍ଭରେ କୁହାଯାଇଛି। ୨୦୧୯ରେ ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହେବା ପରେ ଅଦ୍ୟାବଧି ମୋଟ ୨,୬୮,୦୩୮ ମାମଲା ବିଚାର ପାଇଁ ଆସିଥିବାବେଳେ ସେଥିରୁ ମାତ୍ର ୮,୯୦୯ ମାମଲା ଫଇସଲା ହୋଇଛି। ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଜାରି ରହିବା ଲାଗି କେନ୍ଦ୍ର ନିକଟରେ ୧,୯୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶର ପ୍ରତି ଏଫ୍‌ଟିଏସ୍‌ସିରେ ବର୍ଷକୁ ହାରାହାରି ୨୮ଟି ମାମଲା ଫଇସଲା ହେଉଛି। ଅର୍ଥାତ୍‌ ଗୋଟିଏ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁଯାୟୀ ବାଲ୍ୟ ବିବାହ ବଳାତ୍କାର ସହ ସମାନ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶରେ ଦିନକୁ ୪,୪୪୨ ନାବାଳିକାଙ୍କୁ ବାହା କରାଇ ଦିଆଯାଉଛି, ଅର୍ଥାତ ପ୍ରତି ମିନିଟ୍‌ରେ ୩ ନାବାଳିକା ବିବାହ କରୁଛନ୍ତି। ମାତ୍ର ୩% ମାମଲା ଫଇସଲା ହେଲେ ପ୍ରତି ପିଲାଙ୍କୁ ନ୍ୟାୟ ଦେବା ଲାଗି ଆଇନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ବୋଲି ଆଇସିପିଏଡ୍‌ ପ୍ରତିଷ୍ଠାତା ଭୁବନ ରିଭୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri